ମୌଳିକ ସୁବିଧାରୁ ବଞ୍ଚିତ ମହାଲିମ୍ବ ଗ୍ରାମବାସୀ
by Argus News
Mon, Apr 01 | 8:33 p.m.

ଅର୍ଗସ ବ୍ୟୁରୋ: ନାହିଁ ନାହିଁର ଗାଁ ମହାଲିମ୍ବ । ଗାଁକୁ ଅପହଞ୍ଚ ସମସ୍ତ ସରକାରୀ ସୁବିଧା। ନାଁ ଅଛି ରାସ୍ତା, ନା ପହଞ୍ଚି ପାରୁଛି ସହାୟତା। ଜଙ୍ଗଲ ପାହାଡ ଭରା ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚି ପାରୁନି ବିକାଶ। ଏ ହେଉଛି ଗଞ୍ଜାମ ବୁରାତାଲ ପଞ୍ଚାୟତର ମହାଲିମ୍ବ ଗାଁ। ଗାଁ ତ ନୁହେଁ ଯେମିତି ସମସ୍ୟାର ଗନ୍ତାଘର। ଆଉ ଏଇ ସମସ୍ୟା ଭିତରେ ନିଇତି ସଂଗ୍ରାମ କରୁଛନ୍ତି ମହାଲିମ୍ବବାସୀ।

ମହାଲିମ୍ବରେ ଅପହଞ୍ଚ ବସୁଧା ଯୋଜନା।  ଚୁଆ ପାଣିରେ ମେଣ୍ଟୁଛି ଶୋଷ। ଗାଁରେ ୪୦ ପରିବାର ଥିବା ବେଳେ ରହିଛି ଗୋଟିଏ କୂଅ। ସେହି କୂଅବି ଖରା ଆରମ୍ଭରୁ ସୁଖି ଗଲାଣି। ଫଳରେ ପାଣି ପାଇଁ ହଇରାଣ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିରେ ଚୂଆ ପାଣି ପାଲଟିଛି ଏକମାତ୍ର ସାହା ଭରସା। ଖାଲି ରାସ୍ତା ପାଣି ନୁହେଁ ମହାଲିମ୍ବରେ ଏବେବି ବିଦ୍ୟୁତ ଯୋଗାଣ ଠିକ ଭାବେ ହୋଇ ପାରିନି । ସେଭଳି ଶିକ୍ଷା ସ୍ୱାସ୍ଥ୍ୟ ସ ବୁ କ୍ଷେତ୍ରରେ ଅବହେଳିତ ମହାଲିମ୍ବ। ଦେଖିବାକୁ ବାକି ରହିଲା ସରକାଙ୍କ ମାଳମାଳ ଯୋଜନା କେବେ ଦୁର୍ଗମର ଏହି ଗାଁରେ ପହଞ୍ଚିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ARREST
29m ago
ହୋର୍ଡିଂ କମ୍ପାନୀର ମାଲିକ ରିରଫ
ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା। ଏଠୀରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଥିବା ହୋର୍ଡିଂ ଖସି ପଡିଥିଲା । ଧୂଳିଝଡ ପାଇଁ ହୋର୍ଡିଂ ତଳ
HEMA MALINI
29m ago
ରାଜଧାନୀରେ ଡ୍ରିମଗାର୍ଲ, ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡ ଡ୍ରିମଗାର୍ଲ ହେମାମାଳିନୀ। ଭୁବନେଶ୍ୱର ସାଲିଆ ସାହିରେ ପ୍ରଚାର କାର୍ଯ୍ୟକ୍ରମର ରହିଛି।ବିଜେପିର ଷ୍ଟାରକ୍ୟାମ୍ପନ
EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ