ଏକାମ୍ରର ଆରାଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଜ୍ୟପାଳ
by Argus News
Mon, Jul 22 | 10:05 a.m.

ଭୁବନେଶ୍ୱର: ଶ୍ରାବଣ ମାସର ପ୍ରଥମ ସୋମବାରରେ ଏକାମ୍ରର ଆରାଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ବାବାଙ୍କ ଆଶିଷ ନେବା ସହ ମହାଦେବଙ୍କ ପାଖରେ ପାଣିଲାଗି କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସମସ୍ତ ଓଡିଶାବାସୀ, ଜଗତ କଲ୍ୟାଣ ପାଇଁ ମହାଦେବଙ୍କ ନିକଟରେ କାମନା କରିଥିବା ନେଇ କହିଛନ୍ତି ରାଜ୍ୟପାଳ । 

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ହଜାର ହଜାର ଭକ୍ତ ଶୈବପୀଠରେ ପହଞ୍ଚୁଛନ୍ତି । ଚଳିତବର୍ଷ ଶ୍ରାବଣ ମାସର ଆରମ୍ଭ ସୋମବାର ଏବଂ ଏହାର ଶେଷ ମଧ୍ୟ ସୋମବାର ଦିନ ପଡୁଛି । ଏଭଳି ଦୁର୍ଲ୍ଲଭ ସଂଯୋଗ ୭୨ ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି । 

ଗତକାଲିଠାରୁ ଶୈବ ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଥିଲେ କାଉଡିଆ । ଧବଳେଶ୍ବର, ସିଦ୍ଧେଶ୍ୱର, କପିଳାସ, ଲିଙ୍ଗରାଜ, ଆରଡି ଅଭିମୁଖେ ଯାତ୍ରା କରୁଛନ୍ତି କାଉଡିଆ । ମହାନଦୀ ଓ କାଠଯୋଡି ନଦୀରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 24 ଘଣ୍ଟା ସଜାଗ ରହିବେ ଅଗ୍ନିଶମ ବାହିନୀ । ପ୍ରସ୍ତୁତ ରହିଛି ବୋଟ୍ । ଯେଉଁଠି ଗଭୀରତା ରହିଛି ସେଠି ବୁଡ ନପକାଇବାକୁ ଶ୍ରଦ୍ଧାଳୁଙ୍କୁ ସଚେତନ କରିଛନ୍ତି କର୍ମଚାରୀ ।  

ଦେବ ଦେବ ମହାଦେବଙ୍କୁ ଜଳ ଲାଗି କରିବାକୁ ଶୈବପୀଠରେ କାଉଡିଆଙ୍କ ଭିଡ

ଉଚ୍ଚ ଜୁଆର
4m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
7m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ