ସକାଳ 8ଟା ବାଜିଲାଣି, ବାବୁଙ୍କର ଦେଖା ନାହିଁ
by Argus News
Thu, May 09 | 12:26 p.m.

ଭଦ୍ରକ:  ସରକାରୀ ନିୟମକୁ ମାନୁ ନାହାନ୍ତି ସରକାରୀ ବାବୁ । ସକାଳ 8ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଝୁଲୁଛି ତାଲା । ବାସୁଦେବପୁର ବ୍ଲକ ଗ୍ରାମପଞ୍ଚାୟତ  ବିଭାଗ । ସମୟ 8 ଟା । ଏ ଘଣ୍ଟାଟି ଲାଗିଛି ବାସୁଦେବପୁର ବ୍ଲକ ପରିସରରେ । 7 ଟାରେ ଖୋଲିବା ତ ଦୂରର କଥା 8 ଟା ପରେ ମଧ୍ୟ ବାସୁଦେବପୁର ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ତାଲା ଝୁଲୁଛି । ସକାଳୁ ସକାଳୁ ଲୋକଙ୍କର ଭିଡ଼ ଲାଗିଲାଣି । ହେଲେ ସରକାରୀ ବାବୁମାନଙ୍କର ନିଦ ଭାଙ୍ଗିନାହିଁ । ଫଳରେ କାର୍ଯ୍ୟାଳୟରେ ତାଲା ପଡିଛି । କେତେକ ବିଭାଗର ତାଲା ପଡିଥିବାବେଳେ ଆଉ କେତେକ ବିଭାଗରେ କବାଟ ଖୋଲା ଅଛି ହେଲେ ବାବୁ ମାନେ ଆସି ନାହାନ୍ତି। 

କେବଳ ଏ ଗୋଟେ ବିଭାଗ ନୁହେଁ । ଏ ହେଉଛି ସେକ୍ସନ ବିଭାଗ ହେଲେ ବିଭାଗର କବାଟ ଖୋଲା ଅଛି ହେଲେ ବାବୁ ଆସି ନାହାନ୍ତି । ଚେୟାର ଟେବୁଲ ଫାଙ୍କା ପଡିଛି । ଆଉ ତା ପାଖକୁ ଲାଗିଛି ମଙ୍ଗଳ ବିଭାଗ ଅଧିକାରୀ । ସେ ବିଭାଗରେ ମଧ୍ୟ ତାଲା । ତା ପାଖକୁ ରହିଛି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ସେଠାରେ ମଧ୍ୟ ତାଲା ପଡିଛି । ମିଶନ ଶକ୍ତି ବିଭାଗର କବାଟ ଖୋଲା ଅଛି ହେଲେ ଭିତରେ ଚେୟାର ଫାଙ୍କା । 

ସେହିପରି ସିଡିପିଓଙ୍କ କାର୍ଯ୍ୟାଳୟ । ସେଠାରେ ଲାଗିଥିବା ଘଣ୍ଟାକୁ ଦେଖନ୍ତୁ । ସାଢ଼େ 7ଟା ବାଯିବାକୁ ବସିଲାଣି । କାର୍ଯ୍ୟାଳୟ ତ ଖୋଲା ହେଇଛି । ହେଲେ ଖୋଦ ମାଡାମ ଙ୍କର ଦେଖା ନାହିଁ । ଚେୟାର ଫାଙ୍କା ପଡିଛି ।  କେବଳ 2ଜଣ କମ୍ପ୍ୟୁଟର ପିଲାଙ୍କୁ ଛାଡିଦେଲେ ଅନ୍ୟ କର୍ମଚାରୀଙ୍କର ଦେଖା ନାହିଁ । ଏରିଆ ବାହାନା କରି ତାଙ୍କର କର୍ମଚାରୀ ମାନେ ବାହାରେ ରହୁଛନ୍ତି ହେଲେ ଅଫିସକୁ ସଠିକ ସମୟରେ ଆସୁ ନାହାନ୍ତି । ସେହିପରି ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମାନ ଅବସ୍ଥା । ସାଢ଼େ 7ଟା ବାଯିବାକୁ ବସିଲାଣି । କେବଳ ପିଅନ ଆସିଥିବାବେଳେ ଅଧିକାରୀ ଓ କର୍ମଚାରୀଙ୍କ ଦେଖା ମିଳୁନି । ଯେଉଁଥିପାଇଁ ଲୋକେ ଅଫିସକୁ ଆସି ବାରମ୍ବାର ଫେରୁଛନ୍ତି । ଫଳରେ ଅସନ୍ତୋଷ ଦେଖା ଦେଇଛି । 

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଉପକୂଳ ଓଡିଶାରେ ସକାଳ 7ଟାରୁ ସକାଳୁଆ ଅଫିସ ଖୋଲାଯାଇ ଦିନ ଗୋଟାଏରେ ବନ୍ଦ ହେବାର ନିୟମ ରହିଛି । ହେଲେ ସରକାରୀ ବାବୁ ମାନେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ନିର୍ଦେଶକୁ ମାନୁ ନାହାନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

MODI
12m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
53m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ