ଗାଡ଼ି ନୁହେଁ କି ଘୋଡ଼ା ନୁହେଁ ଜେସିବିରେ କନିଆଁ ଘରକୁ ଗଲା ବର
by Argus News
Sat, Dec 02 | 12:40 p.m.

ଅର୍ଗସ ବ୍ୟୁରୋ : ଦିନଥିଲା ବିବାହ ପାଇଁ ବର କନ୍ୟାଘରକୁ ବରଯାତ୍ରୀ ନେଇ ଶଗଡ଼ରେ ଆସୁଥିଲା, ପାଲିଙ୍କି କିମ୍ବା ଘୋଡ଼ା ଗାଡ଼ିରେ ବସି ଆସୁଥିଲେ । ଏପରି କି ନଦୀକୂଳିଆ ଲୋକମାନେ ଡଙ୍ଗାରେ ବର ନେଇ ବିବାହ ପାଇଁ କନ୍ୟାଘରେ ପହଞ୍ଚୁଥିଲେ । ହେଲେ ଆଜିର ସଭ୍ୟ ସମାଜରେ ସେହି ପରମ୍ପରାରେ ବହୁ ପରିବର୍ତ୍ତନ ଆସିଛି । ଏବେ ବରଯାତ୍ରୀ ଶୋଭାଯାତ୍ରାରେ ଦାମୀ ଗାଡ଼ି, ଘୋଡ଼ା, ହାତୀର ବି ବ୍ୟବହାର କରାଯାଉଛି । କେହି କେହି ବିମାନରେ ବିବାହ ଉତ୍ସବ ପାଳନ କରୁଛନ୍ତି । ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଦେଖୁବାକୁ ମିଳିଛି ନିଆରା ଦୃଶ୍ୟ । ବିବାହ ପାଇଁ ଜଣେ ଯୁବକ ଜେସିବିରେ ବସି ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

ଜୀବନରେ ଥରେ ସମସ୍ତେ ବିବାହ କରନ୍ତି । ଅନେକଙ୍କର ଥାଏ ଇଚ୍ଛା ଓ ସଉକ୍ । କେହି କେହି ବିବାହକୁ ସ୍ମରଣୀୟ କରିବାକୁ ପଛାନ୍ତିନି । କିଏ ଦାମୀ ଗାଡ଼ିକୁ ଫୁଲରେ ସଜାଇ ବରଯାତ୍ରୀ ଯାଏ ତ ଆଉ କିଏ ଘୋଡ଼ା ଗାଡ଼ିରେ ବସି କନ୍ୟାକୁ ଆଣିବାକୁ ଯାଏ । ସେ ପୁଅ ହେଉ ବା ଝିଅ । କିନ୍ତୁ କପ୍ତିପଦା ନୂଆସାହି ବଜାରରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର । ନିଆରା ବିବାହ ସାଙ୍ଗକୁ ନିଆରା ବରଯାତ୍ରୀ ମଧ୍ୟ ।

ଗାଡ଼ି ନୁହେଁ କୁ ଘୋଡ଼ା ନୁହେଁ ଜେସିବିରେ ଯାଇଛି ବର । ନୂଆସାହି ଗ୍ରାମର ଜ୍ଞାନ ବିଶ୍ୱାଳଙ୍କ ପୁଅ ଅଭିଜିତ ବିଶ୍ୱାଳ ଏମିତି ନିଆରା ବିବାହ କରିଛନ୍ତି । ହେଲେ ସେଠାକୁ ବର ଗାଡ଼ି କିମ୍ବା ଘୋଡ଼ାରେ ନ ଯାଇ ଏକ ଜେସିବିରେ ଯାଇଥିଲା କନିଆଁ ଘର ଅଭିମୁଖେ । ଏପରି ଏକ ନିଆରା ବରଯାତ୍ରୀ ଦେଖି ଲୋକେ ବି ଆଶ୍ଚର୍ଯ୍ୟ ହେବା ସହ, ଏପରି ନିଆର ପ୍ରୟାସକୁ ସମସ୍ତେ ସ୍ବାଗତ ମଧ୍ୟ କରିଥିଲେ । ନିଜ ବାହାଘରକୁ କିଛି ନୂଆ ରୂପରେ କରିବା ସହିତ ସବୁଦିନ ପାଇଁ ଏହି ପବିତ୍ର ଦିନକୁ ସମସ୍ତଙ୍କ ମନରେ ଅଭୁଲା ସ୍ମୃତି କରି ରଖିବାକୁ ଏପରି ଏକ ନିଆରା ପ୍ରୟାସ କରିଛନ୍ତି ବର ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ