ଯାଜପୁରକୁ ଖାଇକି ଖୋଳ କରିଦେଇଛନ୍ତି ବିଜେଡି ନେତା
by Argus News
Thu, Sep 12 | 6:59 p.m.

ଅର୍ଗସ ବ୍ୟୁରୋ: ଡିଏମଏଫ୍‌ । ଜିଲ୍ଲାବାସୀଙ୍କ ହିତରେ ଖର୍ଚ୍ଚ ହୁଏ । କେମିତି ଲୋକଙ୍କର ବିକାଶ ହେବ ସେନେଇ ଧ୍ୟାନ ଦିଆଯାଏ । ହେଲେ ଯାଜପୁରରୁ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ଏବଂ ଯେଉଁ ତଥ୍ୟ ହସ୍ତଗତ ହେଉଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ସୁକିନ୍ଦାରେ ବିଜେଡି ଅମଳରେ ଭୟଙ୍କର ଦୁର୍ନୀତି ହୋଇଛି । ମନଇଚ୍ଛା ଫଣ୍ଡର ଟଙ୍କା ବ୍ୟବହାର ହୋଇଛି । ଅଭିଯୋଗ ହେଉଛି ସୁକିନ୍ଦା, ଧର୍ମଶାଳା ଓ ଯାଜପୁରର ତିନି ପାୱାରଫୁଲ ବିଧାୟକଙ୍କ ଇସାରାରେ ପ୍ରଶାସନ ଖର୍ଚ୍ଚ କରୁଥିଲା ଡିଏମଏଫ୍‌ ଟଙ୍କା । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ସେପଟେ, ସ୍ଵାସ୍ଥ୍ୟ ସମସ୍ୟା ବଢିଥିବା ବେଳେ ବି ନେତାଏ ଲୋକଙ୍କ ସ୍ଵାସ୍ଥ୍ୟକଥା ବୁଝିବା ପରିବର୍ତ୍ତେ ନିଜ ପକେଟ୍‌ ଗରମ କରୁଥିଲେ । ଆଉ ସ୍ଵାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଥିଲେ ଅଂଚଳବାସୀ ।

ନୂଆ ସରକାର ଆସିଲା, ଯାଜପୁର ଦୁର୍ନୀତିର ଗୁମର ଖୋଲିଲା । ସୂଚନା ଅନୁସାରେ, ଯାଜପୁରର ସୁକିନ୍ଦାରେ ଦେଶରେ ଗଚ୍ଛିତ ଥିବା ମୋଟ କ୍ରୋମାଇଟର ୯୭ ଭାଗ ରହିଛି । ଏଇଠୁ ପ୍ରତିବର୍ଷ ହଜାର ହଜାର କୋଟିର ମୂଲ୍ୟବାନ ଖଣିଜ ଉତ୍ତୋଳନ ହେଉଛି । ଯାହା ପାଇଁ ଯାଜପୁର ଜିଲ୍ଲାକୁ ମିଳୁଛି ହଜାର ହଜାର କୋଟିର ଖଣିଜ ପାଣ୍ଠି । ନିୟମ ଅନୁସାରେ ଯେହେତୁ କୋଟି କୋଟି ଟଙ୍କା ଆଦାୟ ହେଉଛି ତେଣୁ ସ୍ଥାନୀୟବାସିନ୍ଦାଙ୍କ ସ୍ଵାସ୍ଥ୍ୟଠାରୁ ଆରମ୍ଭ କରି ମୌଳିକ ବିକାଶ ହେବାର କଥା । ହେଲେ   ସୁକିନ୍ଦାବାସୀ ପାଉଛନ୍ତି କଣ ? ଧୂଳି, ଧୁଆଁ, ମାତ୍ରାଧିକ ପ୍ରଦୂଷଣ, ପ୍ରଦୂଷିତ ପାଣି, ଯକ୍ଷ୍ମା ଓ କିଡନୀ ରୋଗ, ଆଉ ନଗଡ଼ାବାସୀଙ୍କୁ ଅପପୁଷ୍ଟି । ଆଜିକା ଦିନରେ ବି ନଗଡ଼ାର ଲୋକ ବିକାଶ କଣ ଦେଖିନାହାନ୍ତି । ଡାଲି ସେମାନଙ୍କ ଲାଗି ସ୍ଵପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ । 

ସୂଚନା ଅନୁସାରେ, ବିଜେଡି ଶାସନର ଶେଷ ୯ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ଯାଜପୁରରେ ୬ ହଜାର ୪୦୦ ଟି ପ୍ରକଳ୍ପ ପାଇଁ ୨୮୫୫ କୋଟି ଟଙ୍କା ମଞ୍ଜୁର ହୋଇଛି, ଏଥିରୁ ୧୫ ଶହ ୩୬ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । ହେଲେ ସୁକିନ୍ଦାବାସୀଙ୍କ ବିକାଶ ସାତସପନ ହୋଇ ରହିଛି । 

ମୋଟ୍‌ ଉପରେ, ବିଜେଡି ନେତା ଅଂଚଳବାସୀଙ୍କ ବିକାଶକୁ ଗୁରୁତ୍ଵ ଦେବା ପରିବର୍ତ୍ତେ ନିଜ ବିକାଶକୁ ଅଧିକ ଗୁରୁତ୍ଵ ଦେଉଥିଲେ । ତେଣୁ ଏମିତି ସ୍ଥିତି ହୋଇଥିବା ନେଇ  ଅଭିଯୋଗ ହେଉଛି । ସେପଟେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଏବେ ବି ସୁକିନ୍ଦାର ୩୩୧ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି । କିଡନୀ ରୋଗ ଅନେକଙ୍କର ଜୀବନ ନେଇଥିବାବେଳେ ଆହୁରି ଅନେକ ମରଣ ସହ ସଂଘର୍ଷ କରୁଛନ୍ତି । ଯଦି ସୁକିନ୍ଦାବାସୀଙ୍କ ବିକାଶ କ୍ଷେତ୍ରରେ ନବୀନ ବାବୁ ଧ୍ୟାନ ଦେଇଥାଆନ୍ତେ ତାହାଲେ ଏମିତି ମରଣ ସହ ସଂଘର୍ଷ କରୁନଥାଆନ୍ତେ ଲୋକେ ବୋଲି କୁହାଯାଉଛି । ତେବେ ଏନେଇ ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

HOROSCOPE
19m ago
ଆଜି ଦିନଟି କେମିତି କଟିବ ଦେଖନ୍ତୁ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ କହୁଛି ଆପଣଙ୍କ ରାଶିଫଳ ପଢନ୍ତୁ... ମେଷ- ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି । ଆପଣଙ୍କ କଥାକୁ ଲୋକ
ଶପଥ ନେବେ ଅତିଶୀ
24m ago
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସରକାର ଗଢ଼ିବା ପ୍ରସ୍ତାବକୁ ସ୍ବୀକା
ଆମେରିକା ଗସ୍ତ
ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି
ଅର୍ଗସ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି। ଏଥି ସହ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଛି ଅନେ