ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି
by Argus News
Sat, Sep 21 | 7:36 a.m.

ଅର୍ଗସ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି। ଏଥି ସହ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଚଳିତ ଥର ବାଇଡେନଙ୍କ ହୋମ୍ ଟାଉନ ୱିଲମିଂଟନରେ  ଅନୁଷ୍ଠିତ ହେଉଛି ଷଷ୍ଠ କ୍ବାଡ୍ ସମ୍ମିଳନୀ ଯେଉଁଠି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ଶୀର୍ଷ ନେତୃତ୍ବ ଏକାଠି ହେବେ। 

 

ବିଶ୍ବର ମଙ୍ଗଳ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଉପରେ ହେବ ମାନସମନ୍ଥନ । ଏହି କ୍ବାଡ୍ ସମ୍ମିଳନୀ ଭାରତ ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି । ଆଗାମୀ କ୍ବାଡ୍ ସମ୍ମିଳନୀର ଆୟୋଜନ ଭାରତ କରିବାକୁ ଯାଉଛି । ତେବେ ଏହି ଗସ୍ତ ବେଳେ ପିଏମ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

 

ଆହୁରି ପଢନ୍ତୁ ଭାରତ ଖବର...

CM VISIT
17m ago
୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କର ଦ୍ଵିତୀୟ ଦିନର ଗସ୍ତ କାର୍ଯ୍ୟକ୍ରମ । କେନ୍ଦୁଝର ଷ୍ଟାଡିୟମ୍ ପଡିଆରେ ମର୍ଣ୍ଣିଂ ୱାକ୍ ସହ ଚାଏ ପେ' ଚର୍ଚ୍ଚା କାର୍ଯ୍ୟକ୍ରମର
କୋଣାର୍କ ସୂର୍ଯ୍ୟାସ
56m ago
ମଣିପାଲ ଟାଇଗର୍ସକୁ 2 ରନ୍‌ରେ ହରାଇଲା କୋଣାର୍କ ସୂର୍ଯ୍ୟାସ
ଅର୍ଗସ ବ୍ୟୁରୋ: ମଣିପାଲ ଟାଇଗର୍ସକୁ ହରାଇଲା କୋଣାର୍କ ସୂର୍ଯ୍ୟାସ । ଲିଜେଣ୍ଡସ ଲିଗ୍ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳ ବିଜୟୀ । ବିଜୟ ସହ ଅଭିଯାନ ଆରମ୍ଭ କଲା କୋଣାର୍
ରତ୍ନଭଣ୍ଡାର
ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ, ଗୁପ୍ତସୁଡଙ୍ଗ ରହସ୍ୟ ଖୋଜିବ ଜିପିଆର ସର୍ଭେ
ପୁରୀ: ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇ ବୈଷୟିକ ସର୍ଭେ କରାଯିବ । ଭିତର ରତ୍ନଭଣ୍ଡାର ଭିତରେ ଗୁପ୍ତକୋଠରୀ