ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍ 
by Argus News
Thu, Sep 19 | 12:55 p.m.

ଭୁବନେଶ୍ୱର:  ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍ । କୋଲକାତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବଡ଼ ପଦକ୍ଷେପ ନେଇଛନ୍ତି  ଓଡ଼ିଶା ସରକାର । ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଆଣିଛି । ସବୁ ମେଡିକାଲ କଲେଜର ଏଣ୍ଟ୍ରି ଓ ଏକ୍ସଜିଟ୍ ପଏଣ୍ଟକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ମେଡିକାଲ ଷ୍ଟାଫ୍ ଓ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ଓ ଆଇକାର୍ଡ ବାଧ୍ୟତାମୂଳକ । ରୋଗୀଙ୍କ ପାଇଁ ରହିବ ଭିଜିଟର ପାସ୍ ସିଷ୍ଟମ୍ । 

ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇଟି ଏଣ୍ଟ୍ରି ପାସ୍ କରାଯିବ । ମେଡିକାଲ ସୁପରିଟେନଡେଣ୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ସମୟରେ କେବଳ ରୋଗୀଙ୍କ ସମ୍ପର୍କୀୟ ରୋଗୀକୁ ଭେଟି ପାରିବେ । ଆଉଟ୍ ଡୋର ବାହାରେ 24 ଘଣ୍ଟା ପୁରୁଷ ଓ ମହିଳା ସିକ୍ୟୁରିଟି ଗାର୍ଡ ରହିବେ । ମେଡିକାଲ କଲେଜ ପରିସରରୁ ସନ୍ଦିଗ୍ଧ ଗାଡ଼ିକୁ ବାହାର କରିବେ ସିକ୍ୟୁରିଟି ଗାର୍ଡ । ମେଡିକାଲ କଲେଜର ହଷ୍ଟେଲ, ରାସ୍ତା ସହ ଚାରିଆଡ଼େ ସିସିଟିଭି କ୍ୟାମେରା ଲଗାଯାଇ ମନିଟର କରାଯିବ । 

ନାଇଟ୍ ସିଫ୍ଟ କରୁଥିବା ମହିଳା ଡାକ୍ତର, କର୍ମଚାରୀ ଓ ମେଡିକାଲ ଛାତ୍ରୀଙ୍କୁ ଏସ୍କଟ କରି ସୁରକ୍ଷିତ ଭାବେ ଛଡ଼ାଯିବ । ପ୍ରତି ମେଡିକାଲ କଲେଜ ଓ ହସ୍ପିଟାଲରେ ରହିବ ପୋଲିସ ଆଉଟପୋଷ୍ଟ । ଯେଉଁଥିରେ ଜଣେ ମହିଳା ପୋଲିସ ଅଧିକାରୀ ନିଶ୍ଚୟ ମୁତୟନ ରହିବେ । ପ୍ରତିଦିନ ମେଡିକାଲର ସେଫଟି ଅଡିଟ୍ କରାଯିବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ ରଖାଯିବ । ଜରୁରୀକାଳୀନ ପରିସ୍ଥିତି ପାଇଁ ମେଡିକାଲରେ ପେନିକ୍ ବଟମ, ଜରୁରୀକାଳୀନ ଫୋନ୍ ନମ୍ବର ଓ ମୋବାଇଲ ଆପର ବ୍ୟବସ୍ଥା କରାଯିବ । କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ଜରୁରୀକାଳୀନ ଫୋନ୍ ନମ୍ବରରେ କିପରି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିହେବ ସେ ବ୍ୟବସ୍ଥା କରାଯିବ ।


 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ