ବିଜେଡି ଯୁବ ନେତାଙ୍କ ଗୁଣ୍ଡାରାଜ
by Argus News
Wed, Feb 21 | 2:44 p.m.

ଅର୍ଗସ ବ୍ୟୁରୋ : ବିଜେଡି ଯୁବ ନେତାଙ୍କ ଗୁଣ୍ଡାରାଜ । ମା'ଙ୍କୁ ସମ୍ମାନ ବଦଳରେ କଲେ ଲଙ୍ଗଳା । କହିଲେ ପଦାକୁ ଆସ ହବ ଏସିଡ଼ ମାଡ଼ । ଗୋଟିଏ ପଟେ ମା'ଙ୍କୁ ସମ୍ମାନର ନାରା ଦେଉଛନ୍ତି ବିଜେଡ଼ି ସକରାକର । କିନ୍ତୁ ଏପଟେ ମାଙ୍କୁ ଅସମ୍ମାନ କରୁଛନ୍ତି ବିଜେଡ଼ି ନେତା । ଯାହାକୁ ନେଇ ଆଜି ଥାନା ଘେରାଉ କରିଛନ୍ତି ଶହ ଶହ ମହିଳା । ଆଗକୁ ଆସୁଛି ନିର୍ବାଚନ । ଯାହାକୁ ନେଇ ଭୟଭିତ ବିଜେଡ଼ି । କଣ କରିବବେ କଣ ନାହିଁ, କାହାକୁ କିପରି ବ୍ୟବହାର କରିବେ ସବୁ ଭୁଲିଗଲେଣି ବିଜେଡ଼ି ନେତା । ଦିନ ଦ୍ବିପହରେ ସରକାରୀ କର୍ଯ୍ୟାଳୟ ଭିତରେ ମିଶନ ଶକ୍ତି ବିଭାଗର ବିପିଏମଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବିଜେଡ଼ି ନେତା ।

ଏଠି ପ୍ରଶ୍ନ ଉଠିଛି, ବିଜେଡ଼ିର ଏକି ପ୍ରକାର ମା'ଙ୍କୁ ସମ୍ମାନ ? ଏଭଳି କାଣ୍ଡ ରଚିବାକୁ କିଏ ଦେଉଛି ସାହସ ? ବିଜେଡ଼ିର ସୁପ୍ରିମୋ ଜାଣିଛନ୍ତି ନା ଜାଣିକି ଅଜଣା ରହିଛନ୍ତି । ସରକାରୀ କାର୍ଯ୍ୟାଳୟରେ ସମସ୍ତଙ୍କ ଆଗରେ ବିପିଏମଙ୍କୁ ଅସଦାଚରଣ ସହ କଲେ ଗାଳିଗୁଲଜ । ଯାହାକୁ ନେଇ ଥାନାରେ ହୋଇଛି ଲିଖଇତ ଅଭିଯୋଗ । କିନ୍ତୁ ଅଭିଯୋଗ ପରେ ପୋଲିସ ତଦନ୍ତ ଶୁନ୍ । ଯାହାକୁ ନେଇ ଆଜି ଥାନା ଘେରାଉ କରିଛନ୍ତି ମିଶନ ଶକ୍ତିର ମହିଳା । 

 

ଆଜି ବିଜେଡି ନେତାଙ୍କ ଗିରଫ ଦାବି ନେଇ ବ୍ଲକ୍ ସହ ଥାନା ଘେରାଉ କରିଛନ୍ତି ଶହ ମହିଳା । ରେଢ଼ାଖୋଲ ବ୍ଲକ୍ ଅଫିସରେ ବିଡ଼ିଓଙ୍କ ସମ୍ମୁଖରେ ବିପିଏମ୍ ସସ୍ମୀତା ଦାଶଙ୍କ ସର୍ବ ସମ୍ମୁଖରେ ଅସଭ୍ୟ ଭାଷା ସହ ଗାଳିଗୁଲଜ କରିଥିଲେ ବିଜେଡି ଯୁବ ନେତା ସୂର୍ଯ୍ୟ କାନ୍ତ ପ୍ରଧାନ । ପରେ କାର୍ଯ୍ୟଳୟରୁ ବାହାରିଲେ ଏସିଡି ପକେଇ ରାସ୍ତାରେ ଉଲଗ୍ନ କରି ଗୁଣ୍ଡା ଲଗାଇ ମାରିଦେବା ପାଇଁ ଧମକ ଚମକ ଦେଇଥିବା ଅଭିଯୋଗ ଆଣିଛନ୍ତି ବିପିଏମ୍ ସସ୍ମିତା ଦାସ । 

ଆଜି ଶତାଧିକ ମହିଳା ଏକାଠି ହୋଇ ରେଢ଼ାଖୋଲ ବିଡ଼ିଓ, ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଥାନା ଘେରାଉ କରିଛନ୍ତି ମହିଳା ମାନେ । ବଡ଼କଥା ଘଟଣା ଘଟିବାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଢ଼ାଖୋଲ ପୋଲିସ୍ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାନ୍ତି । ନା ଦୋଷୀ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନା ଦୋଷୀକୁ ଗିରଫ କରିଛନ୍ତି । ଯାହାକୁ ନେଇ ତ୍ରିବଣପୁର ପଞ୍ଚାୟତର ସମସ୍ତ ମହିଳା ସଙ୍ଘର ସଭ୍ୟ ମାନେ ରେଢ଼ାଖୋଲ ଥାନା ଘେରାଉ କରିଛନ୍ତି । ବିଜେଡି ନେତା ଗିରଫ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ମହାସଂଘର ସଭାପତି ।
 

ରାଜ୍ୟରେ ଲାଗୁ ହେବ
12m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର