ପ୍ରପୋଜ ଡ଼େ : ଆଜି ପ୍ରେମର କଥା କହିବେ ପ୍ରେମୀ ଯୁଗଳ
by Argus News
Thu, Feb 08 | 3:11 p.m.

ଅର୍ଗସ ବ୍ୟୁରୋ : ପ୍ରେମ ସପ୍ତାହର ଆଜି ହେଉଛି ଦ୍ୱିତୀୟ ଦିନ ।। ଏହି ସପ୍ତାହକୁ ନେଇ ପ୍ରେମି ଯୁଗଳ ବେଶ ଉତ୍ସାହିତ ରହିଥାନ୍ତି । ପ୍ରଥମ ଦିନର ଆର୍ଥାତ ଫେବ୍ରୁଆରୀ ୭ ତାରିଖରେ ପ୍ରେମି ଯୁଗଳ ଗୋଲାପ ଦିବସ ପାଳନ କରିଥାନ୍ତି । ସେହିପରି ଆଜି ହେଉଛି ଫେବ୍ରୁଆରୀ ୮ ଯାହାଆଜି ପ୍ରପୋଜ ଦିବସ ଭାବେ ପାଳନ କରାଯାଏ । ଏବି ଦିନରେ ପ୍ରମି ଯୁଗଳ ପରସ୍ପରକୁ ପ୍ରେମ ନିବେଦନ କରିଥାନ୍ତି । 

ଗୋଲାପ ଦିଆ ନିଆରୁ ପ୍ରେମର ପ୍ରଥମ ପାହାଚ ଚଢିଛନ୍ତି ପ୍ରେମପକ୍ଷୀ । ଆଜି ହେଉଛି ମନର ପରିଭାଷା ପ୍ରକାଶ କରିବାର ଦିନ । ଗୋଲାପ ଦିଆନିଆ ପରେ ହୃଦୟରେ ଚାପି ରଖିଥିବା କଥାକୁ ପରିପ୍ରକାଶ କରିବା ପାଇଁ ଆଜି ସୁବର୍ଣ୍ଣ ସୁଯୋଗ । ଆଜି ଶାଶ୍ୱତ, ଚିରନ୍ତନ ପ୍ରେମର କଥା କହିବେ ପ୍ରେମୀ ଯୁଗଳ । କିଏ ଆଇ ଲଭ ୟୁ କହିବ ତ ଆଉ କିଏ ସାତ ଜନ୍ମର ସାଥି ହେବା ପାଇଁ ପ୍ରଶ୍ନ କରିବେ । କିଏ ମେସେଜ କରି କହିବେ ତ କିଏ ସାକ୍ଷାତ କରି କହିବେ ।

ଅଧିକ ପଢନ୍ତୁ : ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ ଦେଇ ମନ କଥା ଜଣାଇବେ ପ୍ରେମୀ ଯୁଗଳ

ବିଶ୍ୱାସ କରାଯାଏ ଯେ ଭାଲେଣ୍ଟାଇନ୍ ସପ୍ତାହ ପାଶ୍ଚାତ୍ୟ ଜଗତରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ଭାରତର ଅନେକ ଦେଶରେ ପାଳନ କରାଯାଉଛି । ପ୍ରପୋଜ ଡେ'ର ଉତ୍ପତ୍ତି ନେଇ କୌଣସି ସୂଚନା ନାହିଁ । ତଥାପି ବିଶ୍ୱାସ କରାଯାଏ ଯେ ୧୪୭୭ ମସିହାରେ ଅଷ୍ଟ୍ରିଆର ଆର୍କଡ୍ୟୁକ୍ ମ୍ୟାକ୍ସିମିଲିୟାନ୍ ବରଗଣ୍ଡିଙ୍କୁ ହୀରା ମୁଦି ଦେଇ ପ୍ରପୋଜ କରିଥିଲେ । ଏହାପରେ ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ ହିସାବରେ ପାଳନ କରାଗଲାଆଜିର ଦିନ ପ୍ରେମପକ୍ଷୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ