ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ୪କୋଟି ୩୦ ଲକ୍ଷ ଟଙ୍କା ଠକେଇ
by Argus News
Thu, Apr 11 | 2:38 p.m.

ଅର୍ଗସ ବ୍ୟୁରୋ:  ଟିମ୍ ଇଣ୍ଡିଆ କ୍ରିକେଟର ତଥା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଠକେଇର ଶିକାର । ତାଙ୍କ ଠାରୁ ୪କୋଟି ୩୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା ଓ ତାଙ୍କ ସାବତ ଭାଇ ବୈଭବ ମିଶି ତିନିବର୍ଷ ତଳେ ଏକ ପଲିମର ଫାର୍ମ କରିଥିଲେ । ଏଥିରେ ହାର୍ଦ୍ଦିକ ଓ କ୍ରୁନାଲଙ୍କ ୪୦ ପ୍ରତିଶତ ଲେଖାଏଁ ଅଂଶଧନ ଥିବା ବେଳେ ବୈଭବଙ୍କ ୨୦ ପ୍ରତିଶତ ଅଂଶଧନ ରହିଥିଲା ।

କିନ୍ତୁ ବୈଭବ ଚଞ୍ଚକତା କରି ପ୍ରାୟ ୪କୋଟି ୩୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରି ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ବୈଭବଙ୍କୁ ଗିରଫ କରିଛି । ଏନେଇ କିନ୍ତୁ ହାର୍ଦ୍ଦିକ କିମ୍ବା କ୍ରୁନାଲ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ହାର୍ଦ୍ଦିକ ଏବେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଥିବା ବେଳେ କ୍ରୁନାଲ ଲକ୍ଷ୍ମୌ ସୁପର ଜାଏଣ୍ଟସ ପାଇଁ ଖେଳୁଛନ୍ତି ।

ଅଧିକ ପଢ଼ନ୍ତୁ ଖେଳ ଖବର:

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ