ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ 
by Argus News
Thu, Jul 04 | 8:20 a.m.

ନୂଆଦିଲ୍ଲୀ:  ଆଜି ବ୍ରିଟେନ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ । ଏଥର ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଏବଂ ଲେବର ପାର୍ଟି ମଧ୍ୟରେ କଡା ଟକ୍କର ହେଉଛି । ୬୫୦ ଆସନ ବିଶିଷ୍ଟ ବ୍ରିଟେନ ସଂସଦ ପାଇଁ ନେତା ବାଛିବେ ବ୍ରିଟିଶବାସୀ । ବର୍ତ୍ତମାନ ବ୍ରିଟେନରେ କଞ୍ଜରଭେଟିଭ ପାର୍ଟି କ୍ଷମତାରେ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ରହିଛି ଲେବର ପାର୍ଟି । ଅନ୍ୟ କିଛି ଛୋଟ ଛୋଟ ଦଳଗୁଡିକ ନିର୍ବାଚନ ରଣାଙ୍ଗନରେ ଅଛନ୍ତି । ଏଥର ପୁଣିଥରେ କଣ କ୍ଷମତା ବଜାୟ ରଖିପାରିବେ ସୁନକ ନା ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟିକୁ ମିଳିବ ବହୁମତ ?

ଏହାକୁ ନେଇ କଳ୍ପନଜଳ୍ପନା ଜାରି ରହିଛି । ଗତ ୧୪ ବର୍ଷରେ କଞ୍ଜରଭେଟିଭ ପାର୍ଟି ୫ ଭିନ୍ନ ପ୍ରଧାନମନ୍ତ୍ରୀ ଅଧିନରେ କ୍ଷମତାରେ ରହିଆସିଛି । ବ୍ରିଟେନର 'ଫାଷ୍ଟ ପାଷ୍ଟ ଦ ପୋଷ୍ଟ' ନିର୍ବାଚନ ପ୍ରଣାଳୀ ଅଧିନରେ କଞ୍ଜରଭେଟିଭ ଏବଂ ଲେବର ପାର୍ଟି ପାରମ୍ପରିକ ପ୍ରତିଦ୍ବନ୍ଦୀ ରୂପେ ବ୍ରିଟିଶ ରାଜନୀତିକୁ ନିୟନ୍ତ୍ରଣ କରିଆସିଛନ୍ତି । ଦୁଇ ପାରମ୍ପରିକ ଦଳ ବ୍ୟତୀତ ଲିବେରାଲ ଡେମୋକ୍ରାଟ୍ସ, ରିଫର୍ମ ୟୁକେ, ଦ ସ୍କଟିସ୍ ନ୍ୟାସନାଲ ପାର୍ଟି ଏବଂ ଦ ଗ୍ରୀନ୍ସ ଭଳି କେତେକ ପାର୍ଟି ଚଳିତ ନିର୍ବାଚନରେ ଟକ୍କର ଦେଉଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା