୩୦୦ ଉପରେ ପହଞ୍ଚିଲା କି ସୁଗାର ସ୍ତର ? କରନ୍ତୁ ଏହି କାମ
by Argus News
Sat, May 25 | 3:33 p.m.

ନୂଆଦିଲ୍ଲୀ:  ଡାଇବେଟିସ୍‌  ଏକ ସାଇଲେଣ୍ଟ କିଲର।  ଯାହା ଧିରେ ଧିରେ  ଆଖି ରୁ ନେଇ  କିଡନୀ ପର୍ଯ୍ୟନ୍ତ ବ୍ୟାଘାତ ହୋଇଥାଏ।  ଏହା ସାଧାରଣ ସ୍ତରଠାରୁ ଏକ ଅଙ୍କ  ମଧ୍ୟ  ଉପରେ ରହିଲେ ସମସ୍ୟା ସୃଷ୍ଟି କରିପାରେ ।  କିଛି  ରୋଗୀଙ୍କ ବ୍ଲଡ ସୁଗାର ୩୦୦ ପର୍ଯ୍ୟନ୍ତ  ମଧ୍ୟ  ପହଞ୍ଚିଯାଇଥାଏ।  ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି  ତେବେ  ମେଡିସିନ ସହିତ  କିଛି ଆୟୁର୍ବେଦିକ  ଏବଂ  ସହଜ ଘରୋଇ ଉପାୟ ଆପଣଙ୍କୁ ସାହାର୍ଯ୍ୟ କରିପାରିବ। 

ନ୍ୟାସନାଲ ଇନଷ୍ଟିଚ୍ୟୁଟ  ଅଫ ହେଲ୍‌ଥ  ଅନୁସାରେ ଆୟୁର୍ବେଦରେ ମଧୁମେହ ରୋଗୀଙ୍କୁ ଲବଙ୍ଗ ଖାଇବାକୁ ପରାମର୍ଶ ଦିଆଯାଇଛି। ଆପଣ ଦିନ ହେଉ କି ରାତି ଏବଂ ଶୋଇବା ସମୟରେ ମଧ୍ୟ ଲବଙ୍ଗ ଗୋଟିଏ ପାଟିରେ ପକାଅନ୍ତୁ।  ଏହା କରିବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ। 'ଅପ୍ରେଲ  ୨୦୧୭ରେ  ପବମେଡ'  ଦ୍ୱାରା ପ୍ରକାଶିତ  ଏକ ଅନୁସନ୍ଧାନରେ ଲବଙ୍ଗ ଏବଂ ମଧୁମେହ ମଧ୍ୟରେ ଏକ ସ୍ପଷ୍ଟ  ସମ୍ବନ୍ଧ  ବର୍ଣ୍ଣନା କରାଯାଇଛି।  ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ  ପାଟିରେ ଲବଙ୍ଗ ରଖିବାର ଅଭ୍ୟାସ ଥାଏ ଲବଙ୍ଗ ସେମାନଙ୍କ କୋଷରୁ ଚିନି ଶୋଷିଥାଏ ଏବଂ ଇନସୁଲିନ୍ ସ୍ତର ବଢାଇଥାଏ।   ଏହି କାରଣରୁ  ସୁଗାର ସ୍ତର ସାମାନ୍ୟ ରହିଥାଏ। 

ବ୍ଲଡ ସୁଗାର ଲେବଲ ବଢିଲେ ବିପଦ ସୃଷ୍ଟି ହୋଇଥାଏ

ଯେତେବେଳେ  ଶରୀରର ବ୍ଳଡ ସୁଗାର  ଲେବଲ  ବଢିଯାଏ ସେତେବେଳେ  ଏହା ପରିଶ୍ରା ଦ୍ୱାରା ବାହାରି ଯାଇଥାଏ।  ଏପରି ହେଲେ  କିଡନୀ  ଏବଂ ୟୁରିନ ବ୍ଲେଡରରେ ଜମା ହେବାର ବିପଦ ରହିଥାଏ।  ଯେଉଁଠି ବ୍ୟାକ୍ଟେରିଆ  ଜମା ହୋଇଯାଇଥାଏ। 

 କଣ  ଏହି ଡାଇବେଟିସ୍‌ ?  ଏହି ଫୁଡ୍ସ ଆଇଟମ୍ସ ଠାରୁ ଦୂରରେ ରହୁନ୍ତୁ 

ମଧୁମେହ ହେଉଛି ଏକ ମେଟାବୋଲିକ୍ ରୋଗ ଯେଉଁଥିରେ ରକ୍ତରେ ଗ୍ଲୁକୋଜର ମାତ୍ରା ବଢିଯାଇଥାଏ।  ଏହା ସେତେବେଳେ ହୋଇଥାଏ  ଯେତେବେଳେ ଶରୀରରୁ ଇନ୍ସୁଲିନ୍‌ ର ସ୍ତର କମି ଯାଇଥାଏ। ଏମିତିରେ ବି ସବୁବେଳେ  ଇନ୍ସୁଲିନ ସୃଷ୍ଟି ହୋଇଥାଏ । କିନ୍ତୁ ଶରୀର ଏହାକୁ ବ୍ୟବହାର କରିବାରେ ସକ୍ଷମ ହୁଏ ନାହିଁ । ଚାଉଳ, ବ୍ରେଡ, ନୁଡୁଲ୍ସ , ଚିନି, ସେଚୁରେଟେଡ ସୁଗାର , ରିଫାଇଣ୍ଡ କାର୍ବ୍ସ, ଆଳୁ,  ଜଙ୍କ ଫୁଡ୍‌  ଭୋଜନ କରିବା ଦ୍ୱାରା  ବ୍ଲଡ ସୁଗାର  ହଠାତ୍‌  ବଢିପାରେ। 

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ