ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ତାତି ଜାରି ରହିବ
by Argus News
Fri, Mar 29 | 11:24 a.m.

ଅର୍ଗସ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର। ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ଭଳି ରାଜ୍ୟରେ ତାତି ଜାରି ରହିବ। ତାପମାତ୍ରା ଆଜି ଆସନ୍ତାକାଲି ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି ତାହା ୪୦ ଡିଗ୍ରୀ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି। ଏପ୍ରିଲ ମାସ ପ୍ରଥମ ସପ୍ତାହରେ ବଡ଼ ବର୍ଷା କିମ୍ବା ବିଶେଷ ବର୍ଷା ହେବାର ସମ୍ଭାବନା ମଧ୍ୟ ନାହିଁ। ତାପମାତ୍ରା ଧୀରେ ଧୀରେ ଆହୁରି ବଢିବ। କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯିବାର ସମ୍ଭାବନା ମଧ୍ୟ ରହିଛି।

ଉପକୂଳ ଅଞ୍ଚଳରେ ବିଶେଷ ତାତି ପରିଲକ୍ଷିତ ହେଉଛି, ଦିନ ସମୟରେ ଗୁଳୁ ଗୁଳି ମଧ୍ୟ ଲାଗି ରହିବ। ଆସନ୍ତାକାଲି କିଛି ଜାଗାରେ ବିଜୁଳି ଘଡ଼ଘଡି ସହ ସାମାନ୍ୟ ବର୍ଷା ହୋଇପାରେ। ଖାସ କରି ଉତ୍ତର ଓଡିଶା ଅଞ୍ଚଳରେ କାଳ ବୈଶାଖୀ ଜନିତ ହାଲକା ବର୍ଷା ହୋଇପାରେ। ରାଜଧାନୀରେ ଗତକାଲି ୩୭. ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି ଏହା ୩୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ବାୟୁ ଚଳାଚଳ ସମୁଦ୍ରର ଦକ୍ଷିଣ ଦିଗକୁ ରହିଛି ତେଣୁ ବିଶେଷ ତାପମାତ୍ରା ବୃଦ୍ଧି ହେବାର ନାହିଁ। ସକାଳ ୮ଟା ୩୦ ସୁଦ୍ଧା ୨୯. ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦିନ ତମାମ ଏଭଳି ପ୍ରଭାବ ରହିବ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ପାଣ୍ଡିଆନଙ୍କ ମିଛ
14m ago
ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ
ଅର୍ଗସ ବ୍ୟୁରୋ: କୋଷ୍ଟାଲ ହାଇୱେରେ ନିଜେ ପ୍ରତିବନ୍ଧକ ସାଜି ଦୋଷ ଲଦିଲେ କେନ୍ଦ୍ର ମୁଣ୍ଡରେ । BSKY ବନ୍ଦ କରିବା ବିଜେପିର ଏଜେଣ୍ଡା କହି ପୁଣି କହିଲେ ମିଛ ଓଡିଆ ଭାଷାକ
ବଡ଼ ସଫଳତା
29m ago
କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ବଡ଼ ସଫଳତା
ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ବଡ଼ ସଫଳତା। ଦକ୍ଷିଣ କାଶ୍ମୀର କୁଲଗାମରେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା। ଆଉ କିଛି ଲସ୍କର ଆତଙ୍କବାଦୀ ଲୁଚି ରହିଥିବ
TRAIN
31m ago
୨୪ ଘଣ୍ଟା ଟ୍ରେନରେ ବିତୁଛି ଜୀବନ
ଅର୍ଗସ ବ୍ୟୁରୋ: ଘରେ ରହିବାକୁ କାହାକୁ ବା ଭଲ ଲାଗେ ନାହିଁ । ଘରେ ରହି ଛୁଟି ଦିନ ଟ୍ରେନ୍ କି ବସରେ ବୁଲିବାକୁ ବି ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଘ