ଆଉ ତାତି ସହି ହେଉ ନାହିଁ  
by Argus News
Tue, Mar 12 | 3:52 p.m.

ଭୁବନେଶ୍ୱର:  ରାଜଧାନୀରେ ଟାଇଁ ଟାଇଁ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସମ୍ଭାଳ । ଆଉ ତାତି ସହି ହେଉ ନାହିଁ । ଆଜି ଉପକୂଳ ଓଡ଼ିଶାରେ ବି ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ରାଜ୍ୟର କିଛି ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ । ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ବର ସମେତ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ।

ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ଅନ୍ୟପଟେ ୧୬ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା  ରହିଛି ବୋଲି ଆକଳନ କରିଛନ୍ତି ପାନିପାଗ ବିଶେଷଜ୍ଞ ଶରତ ସାହୁ। ଗତକାଲି ରାଜ୍ୟରେ ବୌଦ୍ଧରେ ସର୍ବାଧ‌ିକ ତାପମାତ୍ରା ୩୭. ୭ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଭବାନୀପାଟଣା, ମାଲକାନଗିରି ଓ ସୋନପୁରରେ ସର୍ବାଧ‌ିକ ତାପମାତ୍ରା ରହିଥିଲା ୩୭ ଡିଗ୍ରୀ ।  

ସୌଦାଗର
12m ago
ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର
ଭୁବନେଶ୍ୱର: ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ। ବରାଦି ସାମ୍ବାଦିକ ସମ୍ମିଳନୀ କରି ପାଣ୍ଡିଆନ ହେଲେ ମିଥ୍ୟା ତଥ୍ୟର ସୌଦାଗର। ଶାସ୍ତ୍ରୀୟ ମାନ୍ୟତା ଅର୍ଥ ସତ୍ତ୍ବେ ଓଡ଼ିଆ ଭାଷାକୁ ଅବହେଳା
HOME
27m ago
ଏହି ଗଛକୁ ଘରର ବାହାରେ ଲଗାନ୍ତୁ କେବେ ଚିନ୍ତା, ଦୁଖ ,କଷ୍ଟ ରହିବନି
ଅର୍ଗସ ବ୍ୟୁରୋ: ଘରର ଶୁଖ ଶନ୍ତି ପାଇିଁ ସମସ୍ତେ କିଛି ନା କିଛି କରିଥାନ୍ତି । ସମସ୍ତ ସବୁବେଳ ଚାହାନ୍ତି କି ସେମାନେ ଓ ସେମାନଙ୍କ ପରିବାର ଭଲରେ ରୁହନ୍ତୁ । ତେବେ ଘରର ଶୁଖ ଶନ୍ତି ଯଦ
ପୋଖରୀ ପାଣି
32m ago
ଟାଙ୍କି ଅଛି ହେଲେ ଆସୁନି ପାଣି, ସାହାରା ସାଜିଛି ପୋଖରୀ ପାଣି
ନୟାଗଡ: ଟାଙ୍କି ଅଛି କିନ୍ତୁ ଆସୁନି ପାଣି। ଦୀର୍ଘ ଦିନ ହେବ ଜଳ ଯନ୍ତ୍ରଣାରେ ଛଟପଟ ଅଂଚଳ ବାସି॥ ପାଇପ ଯୋଗେ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍