ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ
by Argus News
Tue, Jul 09 | 8:33 a.m.

ଅର୍ଗସ ବ୍ୟୁରୋ:  ଜଳମଗ୍ନ ମୁମ୍ବାଇ । ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ । ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇ ପଡ଼ିଛି ସ୍ଥିତି । ଯୁଆଡେ ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି । ଗତକାଲି ରାତି ଗୋଟାଏରୁ ସକାଳ 7 ପର୍ଯ୍ୟନ୍ତ ଅବିଶ୍ରାନ୍ତ ବର୍ଷାରେ ମୁମ୍ବାଇର ବିଭିନ୍ନ ସ୍ଥାନ ଜଳମଗ୍ନ । କେଉଁଠି କାର୍ ପାଣିରେ ବୁଡିଛି ତ କେଉଁଠି ବାଇକ ସ୍କୁଟି । ଘରେ ବି ପଶିଛି ପାଣି । ରାସ୍ତାରେ ପାଣି ଚାଲୁଥିବାରୁ ସହର ସାରା ଟ୍ରାଫିକ୍ ଜାମ୍‌ ହେବା ସହ ବାଧାପ୍ରାପ୍ତ ହୋଇଛି ଯାତାୟତ । 50ଟି ଫ୍ଲାଇଟ୍ ବାତିଲ୍ କରାଯାଇଥିବା ବେଳେ ରେଳସେବା ମଧ୍ୟ ବ୍ୟାହତ ହୋଇଛି ।

ଏମିତିକି ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ରାସ୍ତାରେ ପାଣି ଚାଲୁଥିବାରୁ ଲୋକମାନେ ଆଣ୍ଠୁଏ ଗଭୀର ପାଣିରେ ଚଳପ୍ରଚଳ କରୁଥିବା ମଧ୍ୟ ଦେଖାଯାଇଛି । କିଛି ଟ୍ରେନକୁ ବାତିଲ କରାଯାଇଥିବା  ବିମାନକୁ ମଧ୍ୟ ବାତିଲ କରାଯାଇଛି । ସ୍କୁଲଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ସେପଟେ ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କୁ ଅଯଥାରେ ବାହାରକୁ ନ ବାହାରି ଘରେ ରହିବାକୁ ଅପିଲ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର