ରାଜ୍ୟରେ ଛେଚୁଛି ବର୍ଷା, ଲୋକେ ହନ୍ତସନ୍ତ
by Argus News
Sun, Jul 21 | 2:27 p.m.

ଅର୍ଗସ ବ୍ୟୁରୋ:  ଅନୁଗୁଳରେ ମାତ୍ରାଧିକ ବର୍ଷା ହେଲା କାଳ । ଘରର କାନ୍ତଃ ଭୁଶୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ବ୍ୟକ୍ତି ଜଣଙ୍କ ହେଉଛନ୍ତି ନକେରଜାଙ୍ଗ ଗ୍ରାମର ଗୋଛାୟତ ସାହିର ପରଭା ଗୋଛାୟତ । ଘଟଣାସ୍ଥଳରେ ବିଜେପି ଯୁବ ନେତା ତପନ ଦେବତା ପଂହଁଚି ମୃତଦେହକୁ ଆମ୍ବୁଲାନ୍ସ ଦ୍ବାରା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ନବରଙ୍ଗପୁରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଜଣେ 5ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଦଳବେଡା ପଞ୍ଚାୟତ ଅଧିନସ୍ଥ ଭାଟିପଡା ଗ୍ରାମର ଦୁର୍ଯ୍ୟନ ବାଗଙ୍କ ଘର କାନ୍ଥ ଭୁଶୁଡି ତାଙ୍କ ୫ ବର୍ଷର ଶିଶୁପୁତ୍ର ଫାଲଗୁନୀ ବାଗଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳକୁ ଚନ୍ଦାହାଣ୍ଡି ତହସିଲଦାର ପରିଦର୍ଶନ କରି ସରକାରୀ ସହାୟତା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଗଜପତି ଜିଲ୍ଲା ମୋହନା ଅଂଚଳରେ ଲଗାଣ ବର୍ଷାରେ ପଥର ଖସିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ । ଅଡବା ଥାନା ଡେଙ୍ଗାଶଖାଲ ଗ୍ରାମର ଅନୁପମା ନାୟକ ବଗଡ଼କୁ କାମ କରିବାକୁ ଯାଇଥିଲେ । ଅଚାନକ ପାହାଡ଼ରୁ ପଥର ଖସି ଗୋଡ଼ ଚାପି ହେଇ ରହିଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ଅନୁପମାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
50m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି