ଉତ୍ତରାଖଣ୍ଡରେ ଭୟଙ୍କର ବର୍ଷା ବିତ୍ପାତ ସହ ଭୂସ୍ଖଳନ: ୨ ମୃତ
by Argus News
Wed, Jul 10 | 3:27 p.m.

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ଭୂ-ସ୍ଖଳନ ହୋଇଛି। ବଡ଼ ବଡ଼ ଆଖି ପଲକ ପକାଇବା କ୍ଷଣି ଧସି ଯାଉଛି। ବର୍ଷା ବିତ୍ପାତ ଯୋଗୁ ଘାଟି ରାସ୍ତା ଗୁଡ଼ିକ ପ୍ରତି ସେକେଣ୍ଡରେ ଧସିଯାଉଛି। ଗତ କିଛି ଦିନ ହେଲା ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବର୍ଷା ହେଉଛି। ଯେଉଁଆଡେ ଚାହିଁବ ସବୁଠି ଜଳାର୍ଣ୍ଣବ ସ୍ଥିତି। ଉତ୍ତରାଖଣ୍ଡ ସବୁ ଜାତୀୟ ରାଜପଥ ବନ୍ଦ କରାଯାଇଛି। ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟାରେ ପର୍ଯ୍ୟଟକ ବର୍ଷାରେ ଫସିକି ରହିଛନ୍ତି। 

ସେପଟେ ଉତ୍ତରାଖଣ୍ଡରେ ପ୍ରବାହିତ ଅଳକାନନ୍ଦ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଅଳକନନ୍ଦାର ଭୟଙ୍କର ଗର୍ଜନ ଲୋକଙ୍କୁ ଆତଙ୍କିତ କରୁଛି। ଗଙ୍ଗା ଏବଂ ବିଷ୍ଣୁ ପ୍ରୟାଗ ନଦୀ ମଧ୍ୟ ବିପଦସଙ୍କେତ ଉପରେ ରହିଛି। 

ବଦ୍ରିନାଥ ଯିବାକୁ ଥିବା ଜାତୀୟରାଜପଥକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। କାରଣ ବର୍ଷା କାରଣରୁ ବଡ଼ ବଡ଼ ପାହାଡ଼ ଧସୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ଷା ହେଲେ ବଡ଼ ବଡ଼ ଗାଡ଼ି ଗୁଡ଼ିକ ଭାସିଯାଇ ଦୁର୍ଘଟଣା ଘଟୁଛି। ଲୋକଙ୍କ ପ୍ରାଣହାନୀ ଘଟୁଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ଗୁଡ଼ିକ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କୁ ବର୍ଷା ଦିନରେ ଏହି ସ୍ଥାନ ଗୁଡ଼ିକୁ ନ ଆସିବାକୁ ଅନୁରୋଧ କରାଯାଇଛି। 

ସୂଚନା ଥାଉ କି, ଗତ ଶନିବାର ଚମୋଲି ଜିଲ୍ଲାରେ ୨ଜଣ ପର୍ଯ୍ୟଟକ ଭୂ-ସ୍ଖଳନରେ ପ୍ରାଣ ହରାଇଛନ୍ତି। ସେମାନେ ହାଇଦ୍ରାବାଦରୁ ଆସିଥିବା ପୋଲିସ ସୂଚନା ଦେଇଛି। ପ୍ରବଳ ବର୍ଷା କାରଣରୁ ଚାରି ଧାମ ଯାତ୍ରାକୁ ସ୍ଥଗିତ କରାଯାଇଛି। ସ୍ଥିତି ଠିକ ନ ହେବା ଯାଏ ଏହି ଯାତ୍ରା ବନ୍ଦ ରହିବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ପାଟଣାଗଡ଼ରେ
now
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର
କୁମ୍ଭୀର
now
ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର
କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼
ଦିଲ୍ଲୀ ମଦ ଦୁର୍ନୀତିରେ
ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ଥିଲେ ଚର୍ଚ୍ଚାରେ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହ