ପ୍ରଚାର ପାଇଁ ଓଡ଼ିଶା ଆସିବେ ବିଜେପିର ହେଭିଓ୍ବେଟ ନେତା
by Argus News
Mon, Feb 12 | 7:50 p.m.

ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ବିଜେପିର ବଡ ନେତା । 13 ତାରିଖ ଅର୍ଥାତ ଆସନ୍ତା କାଲି ଓଡିଶା ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର କରିବେ ସମୀକ୍ଷା । ସେହିପରି 15 ତାରିଖ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି | ଏହାବାଦ 22 ତାରିଖରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମାସ ଶେଷରେ ଜେ ପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ବି ରହିଛି । 

ସେପଟେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ଆଜି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପଦାଧିକାରୀ, ଦ୍ବୀତିୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ଓ ଶେଷରେ ମୁଖପାତ୍ରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ନେତା । ବୁଥ ଚାଲ ଅଭିଯାନ, ଗାଁକୁ ଚାଲ ଅଭିଯାନ, ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ପ୍ରଭାରୀ ଏବଂ ସହ ପ୍ରଭାରୀ। 

ସେପଟେ ନବୀନଙ୍କ ଲୋକପ୍ରିୟତା କମିବା ଷଷ୍ଠ ଥର ସରକାର ଗଢିବା ଦିଗରେ ବଡ ଅନ୍ତରାୟ ସୃଷ୍ଟି କରିଛି । 2019ରେ ନବୀନ 21 କୁ 21 ଲୋକସଭାରେ ବିଜୟ ହେବ ବୋଲି କହିଥିବା ବେଳେ 12 ଆସନ ସହ ଲାଗିଥିଲା ଶକ୍ତ ଧକ୍କା।

ଅନ୍ୟପଟେ କଂଗ୍ରେସ ବି ନିଜର ବଡ ନେତା ତଥା ପ୍ରିୟଙ୍କା, ରାହୁଲ ଓ ସଚିନ ପାଇଲଟଙ୍କୁ ଆଣି ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଛି । କିନ୍ତୁ ଦଳର ଗ୍ରାଫ କହୁଛି 2009 ମସିହାରେ 33 ପ୍ରତିଶତ ଭୋଟ ପାଇଥିବା କଂଗ୍ରେସ 2019 ମସିହାରେ ପାଇଥିଲା 16 ପ୍ରତିଶତ ଭୋଟ । ଲୋକସଭାରେ ଦଳକୁ ଗୋଟିଏ ଆସନ ସହ ଦଳ ସପକ୍ଷରେ ମାତ୍ର 13.99 ପ୍ରତିଶତ ଭୋଟ୍ ପଡିଥିଲା । ଆଉ 2019 ପରେ ମଧ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୁଡିକରେ କଂଗ୍ରେସର ଗ୍ରାଫ ଭୟଙ୍କର ଭାବେ ଖସିବାକୁ ଲାଗିଥିଲା ।

ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା। ବିଧାନସଭାରେ  କଂଗ୍ରେସକୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ  ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ  ସରକାରୀ କଳର ଖୁଲମଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ। ଏ ସବୁ ଭିତରେ ବିଭିନ୍ନ ସର୍ଭେ ରିପୋର୍ଟ ବି ବିଜେପିର ସଫଳତାର ଯାତ୍ରା ଆହୁରୀ ମଜଭୁତ ହୋଇଥିବା ଆକଳନ କରୁଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

SHREE MANDIR
ଅନ୍ଧାରରେ ଶ୍ରୀମନ୍ଦିର, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା
AAP LEADER
ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି
ଅର୍ଗସ ବ୍ୟୁରୋ : ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ମାମଲାରେ ଗିରଫ ସିସୋଦିଆଙ୍କ ଜେଲ୍ ଅବଧି ମେ ୨୧ ଯାଏ ବୃଦ୍ଧି କରିଛନ୍ତି କୋର୍ଟ
BJP
ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ
ଅର୍ଗସ ବ୍ୟୁରୋ : ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାର