ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍
by Argus News
Thu, Feb 01 | 6:31 a.m.

ଅର୍ଗସ ବ୍ୟୁରୋ : ଜଣେ ମୁଖ୍ୟମନ୍ତ୍ରୀ, ଯାହାଙ୍କ ବିରୋଧରେ ଦୁର୍ନୀତିର ସଂଗୀନ ଅଭିଯୋଗ, ଇଡି ପକ୍ଷରୁ ୧୦ ଥର ସମନ, ତା ପରେ ଲୁଚକାଳି ଖେଳ, ଆଉ ଶେଷରେ ୮ ଘଣ୍ଟାର ମାରାଥନ ଜେରା ପରେ ହେଲା ଗିରଫଦାରୀ । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ବସିଲା ଇଡି ଚୋଟ । ଇଡି ପକ୍ଷରୁ ଲମ୍ବା ପଚରାଉଚୁରା ପରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବୁଧବାର ରାତିରେ ଗିରଫ ହେଲେ ହେମନ୍ତ ସୋରେନ୍ । ଆଜି ହେମନ୍ତ ସୋରେନଙ୍କୁ ଅଦାଲତରେ ହାଜର କରିବ ଇଡି । ମିଳିଥିବା ସୂଚନା ଅନୁସାରେ ତାଙ୍କ ବିରୋଧରେ ଥିବା ପ୍ରମାଣ ଉପସ୍ଥାପନ କରି ୧୫ ଦିନର ରିମାଣ୍ଡ ପାଇଁ କରିବ ଆବେଦନ । 

ହେମନ୍ତ ସୋରେନଙ୍କ ବିରୋଧରେ ରହିଛି ବହୁ ସଂଗୀନ ଅଭିଯୋଗ । ଅବୈଧ ଖନନ, କୋଇଲା ଘୋଟାଲା ନେଇ ଜମି ଘୋଟାଲାରେ ତାଙ୍କ ବିରୋଧରେ ଚାଲିଥିଲା ତଦନ୍ତ । ହେମନ୍ତ ସୋରେନ ଓ ତାଙ୍କ ପରିବାର ନାଁରେ ପ୍ରାୟ ୧୦୦୦ କୋଟି ଟଙ୍କାର ଜମି କିଣାବିକା ଦୁର୍ନୀତିର ଅଭିଯୋଗ ରହିଛି । ଏ ନେଇ ପ୍ରାୟ ବର୍ଷେ ହେଲା ଇଡି ସ୍କାନରରେ ଥିଲେ ହେମନ୍ତ ସୋରେନ୍ । ଜେରା ପାଇଁ ପ୍ରଥମେ ଗତ ୨୦୨୩ ଅଗଷ୍ଟ ମାସରେ ହେମନ୍ତ ସୋରେନଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେହି ଅଗଷ୍ଟ ମାସରେ ଦ୍ବିତୀୟ ଥର ବି ସମନ ହୋଇଥିଲା । ଅଗଷ୍ଟରୁ ଜାନୁଆରୀ ମଧ୍ୟରୁ ହେମନ୍ତଙ୍କୁ ଜେରା ପାଇଁ ଇଡି ୧୦ ଥର ସମନ କରିନଥିଲେ ବି ହାଜର ହେଉନଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ : ଗିରଫ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ଗତ 27 ତାରିଖରେ ଦିଲ୍ଲୀରେ ଇଡି ଆଗରେ ହାଜର ହେବାକୁ କହିଥିଲେ ବି ପହଞ୍ଚିନଥିଲେ ହେମନ୍ତ ସୋରେନ୍ । ଗତ ସୋମବାରଠାରୁ ଆଉ ମିଳିନଥିଲା ତାଙ୍କର ପତ୍ତା । ଶେଷରେ ତାଙ୍କୁ ଧରିବାକୁ ଦିଲ୍ଲୀରୁ ନେଇ ରାଞ୍ଚି ଯାଏଁ ହେମନ୍ତ ସୋରେନଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ହୋଇଥିଲା ଚଢ଼ାଉ । ଦିଲ୍ଲୀ ବାସଭବନରୁ ଜବତ ହୋଇଥିଲା ଏକ ବିଏମଡବ୍ଲୁ କାର୍ ସହ ୩୬ ଲକ୍ଷ ଟଙ୍କା । ୟା ଭିତରେ ମଙ୍ଗଳବାର ଅପରାହ୍ନରେ ରାଞ୍ଚିରେ ପହଞ୍ଚିଥିଲେ ହେମନ୍ତ ସୋରେନ୍ । ନିଜ ଦଳର ନେତାଙ୍କ ସହ ବୈଠକ କରି ନୂଆ ରଣନୀତି ପ୍ରସ୍ତୁତ କରିଥିଲେ । ବୁଧବାର ଇଡିରେ ହାଜର ହେବାକୁ ଇଡିକୁ ଜଣାଇଥିଲେ । ଆଉ ବୁଧବାର ତାଙ୍କ ବାସଭବନରେ ହେମନ୍ତ ସୋରେନଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି ଟିମ୍ । ଇଡି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ହେମନ୍ତ ସୋରେନ୍ । 

ତା ପରେ ସୁନିଶ୍ଚିତ ହୋଇଥିଲା ତାଙ୍କର ଗିରଫଦାରୀ । ତେବେ ତା ପୂର୍ବରୁ ବୁଧବାର ସଂଧ୍ୟାରେ ଇଡି ଟିମ୍ ହେପାଜତରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ୍ । ଗୋଟିଏ ପଟେ ହେମନ୍ତ ସୋରେନଙ୍କ ଇସ୍ତଫା ଅନ୍ୟପଟେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସାମ୍ନାକୁ ଆସିଲା ଚମ୍ପଇ ସୋରେନଙ୍କ ନାଁ । ଚମ୍ପଇ ସୋରେନ୍ ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନଙ୍କ ଘନିଷ୍ଠ ଓ ଲଗାତାର ପାଞ୍ଚ ଥରର ବିଧାୟକ । ଜେଏମଏମ ବିଧାୟକ ଦଳ ବୈଠକରେ ଚମ୍ପଇଙ୍କ ନାଁରେ ମୋହର ପରେ ୪୭ ବିଧାୟକଙ୍କ ସମର୍ଥନ ପତ୍ର ନେଇ ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପଇ ସୋରେନ୍ ଓ ଜେଏମଏମ ନେତା । ରାଜ୍ୟପାଳଙ୍କ ସାମ୍ନାରେ ସମର୍ଥକ ବିଧାୟକଙ୍କୁ ପରେଡ୍ ପାଇଁ ମଧ୍ୟ କରାଯାଇଥିଲା ପ୍ରସ୍ତୁତି । କିନ୍ତୁ ୫ ଜଣରୁ ଅଧିକ ଲୋକଙ୍କୁ ଭେଟିବାକୁ ଅନୁମତି ଦେଲେନାହିଁ ରାଜ୍ୟପାଳ । ୟା ଭିତରେ ରାଜଭବନ ଆଗରେ ବସିରହିଲେ ଜେଏମଏମ ବିଧାୟକ । ଅନ୍ୟପଟେ ରାତି ପ୍ରାୟ ସାଢ଼େ ୯ଟାରେ ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ ତାଙ୍କୁ ରାଜଭବନ ପଛ ପାଖ ଗେଟ୍ ଦେଇ ବାହାରିଗଲା ଇଡି ଟିମ୍ । ବୁଧବାର ରାତିରେ ରାଞ୍ଚି ସ୍ଥିତ ଇଡି ଅଫିସରେ ହେମନ୍ତ ସୋରେନଙ୍କୁ ରଖାଯାଇଥିବାବେଳେ । ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି ୧୪୪ ଧାରା ।

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ