କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି ବିଜେଡିରେ ସାମିଲ ହେଲେ ପାଣ୍ଡିଆନ୍‌ ?
by Argus News
Mon, Nov 27 | 7:25 p.m.

ଅର୍ଗସ ବ୍ୟୁରୋ: ଅକ୍ଟୋବର ୨୦ରେ ଆବେଦନ କଲେ, ୨୩ରେ ମଞ୍ଜୁର ହେଲା ସ୍ଵେଚ୍ଛାକୃତ ଅବସର । ପରେ ୨୪ ଘଂଟା ନପୁରୁଣୁ ପାଣ୍ଡିଆନ୍‌ଙ୍କୁ ମିଳିଥିଲା ବଡ ଦାୟିତ୍ଵ । ୫-ଟି ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ପଦ ପାଇଥିଲେ ପାଣ୍ଡିଆନ୍‌ । ହେଲେ ଦଳରେ ସେତେବେଳେ ସେ ସାମିଲ ହୋଇନଥିଲେ । କିନ୍ତୁ ଚାକିରି ଛାଡିବା ପରେ ସମସ୍ତେ ଭାବିଥିଲେ କି ସେ ଦଳରେ ସାମିଲ ହେବେ । ଏମିତିକି ଚର୍ଚ୍ଚା ଜୋର ଧରିଲା କି ପାଣ୍ଡିଆନ୍‌ ଆଗାମୀ ନିର୍ବାଚନରେ ନିର୍ବାଚନ ଲଢିବେ ବୋଲି । ହେଲେ କେଉଁଠୁ ନିର୍ବାଚନ ଲଢିବେ? ତାହାକୁ ନେଇ ବଢିଥିଲା ଚର୍ଚ୍ଚା ।କିନ୍ତୁ ଏନେଇ ଦଳ କିମ୍ବା ପାଣ୍ଡିଆନ୍‌ ମୁହଁ ଖୋଲିନଥିଲେ । କିନ୍ତୁ ଗତକାଲି ସଂଧ୍ୟାରୁ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଜୋର ଧରିଥିଲା କି ପାଣ୍ଡିଆନ୍‌ କାର୍ତ୍ତିକ ପୂର୍ଣ୍ଣିମାରେ ହିଁ ବିଜେଡିରେ ସାମିଲ ହେବେ ବୋଲି । 

ଅପେକ୍ଷାର ଅନ୍ତ ହେଲା । ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ୍‌ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ସେ ଦଳରେ ସାମିଲ ହୋଇଛନ୍ତି । ଆଜି ସକାଳୁ ବିଜେଡିର ଅନେକ ବରିଷ୍ଠ ନେତାଙ୍କ ସହ ମନ୍ତ୍ରୀ ଓ ବିଧାୟକମାନେ ନବୀନ ନିବାସରେ ପହଞ୍ଚିଥିଲେ । ଏହାପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସେ ବିଜେଡିରେ ସାମିଲ ହୋଇଥିଲେ । ଯାହାକୁ ନେଇ ଶଙ୍ଖ ଶିବିରିରେ ଏବେ ଭାରି ଚର୍ଚ୍ଚା ।

ପ୍ରଥମେ ଆଇଏଏସ୍ ଚାକିରିରୁ VRS, ତା' ପରେ ନୂଆ ଦାୟିତ୍ୱ ପାଇଥିଲେ । ଏବେ ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । ଆଗକୁ ନବୀନ-ପାଣ୍ଡିଆନ କେଉଁ ଗୋଟି ଚାଳନା କରିବେ ତାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ହେଲେ କାର୍ତ୍ତିକ ପୂର୍ଣ୍ଣିମାରେ ଦଳରେ ସାମିଲ ହେବାକୁ ତାଙ୍କୁ କୁଆଡ଼େ ପରାମର୍ଶ ମିଳିଥିଲା ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଆଜି କାହିଁକି ଦଳରେ ମିଶିଲେ ସେନେଇ ତାଙ୍କର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ