ଆତଙ୍କର ସର୍ବନାଶ..ନସରୁହ୍ଲାର ହେଲା ବିନାଶ
by Argus News
Sat, Sep 28 | 7:31 p.m.

ଅର୍ଗସ ବ୍ୟୁରୋ: ହିଜବୁଲ୍ଲା ହେଡ୍ ର ଖେଳ ଖତମ୍ । ବେରୁଟ୍ ରେ ନସରୁଲ୍ଲାର ଆଡ୍ଡା କୁ ଟ୍ରାକ୍  ତାପରେ ବମ୍ ଆଟାକ୍ । ହିଜବୁଲ୍ଲାର ହେଡକ୍ବାର୍ଟରର ବଙ୍କର ଭିତରେ ଲୁଚି ରହିଥିଲା ଆତଙ୍କୀ । ସୁରାଗ ମିଳିଲା ଆଡିଏଫ୍ କୁ । ଆଉ ଖସିବା ପୂେବରୁ  ସବୁଆଡୁ ଆଟାକ୍ ଆଉ ଖତମ୍ ହେଲା ନସରୁଲ୍ଲା । ଜାତିସଂଘରେ ନେତାନାହୁ ଙ୍କ ସମ୍ବୋଧନ । ଅନ୍ୟ ପଟେ ବେରୁଟ୍ ରେ ଅପରେସନ୍ ନିଉ ଅର୍ଡର । ଜଣେ କମାଣ୍ଡରଙ୍କ ସହ ହିଁ ନସରଲ୍ଲାହର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛି ଆଇଡିଏଫ ।

୨୭ ସେପ୍ଟେମ୍ବର  ରାତିରେ ବେରୁତରେ ଥିବା ହିଜବୁଲ୍ଲାହର ହେଡକ୍ବାର୍ଟର ଉପରେ ଭୀଷଣ ଏୟାର ଷ୍ଟ୍ରାଇକ୍ କରି ବିଲଡିଂଟିକୁ ସମ୍ପୂର୍ଣ୍ଣ ଧ୍ବଂସ କରିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇସ୍ରାଏଲୀ ବାୟୁସେନା ଦହୀହ ଉପନଗରରେ ଆବସିକ ବିଲ୍ଡିଂ ତଳେ ନିର୍ମାଣ ହୋଇଥିବା ହେଡକ୍ବାର୍ଟର ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏହାକୁ ବେରୁତରେ ହିଜବୁଲ୍ଲାର ମୁଖ୍ୟାଳୟ ବୋଲି କୁହାଯାଉଥିଲା । ହିଜବୁଲ୍ଲାର ଅଲ-ମନାର ଟିଭି ରିପୋର୍ଟ ଅନୁସାରେ ବିସ୍ଫୋରଣରେ ଚାରି ବିଲ୍ଡିଂ ଧ୍ବଂସ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବେରୁଟରୁ ପ୍ରାୟ ୩୦ କିଲୋମିଟର ଉତ୍ତରରେ ଘର ଥରି ଉଠିଥିଲା । ଇସ୍ରାଏଲର ଟାର୍ଗେଟରେ ହିଜବୁଲ୍ଲାହର ଟପ୍ କମାଣ୍ଡର ନସରଲ୍ଲାହ ଥିଲା ।  

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଦ୍ବାରା ଜାତିସଂଘକୁ ସମ୍ବୋଧନ କରିବାର କିଛି ସମୟ ଭିତରେ ହିଁ ଏହି ଆଟାକ୍ ହୋଇଥିଲା । ସେପଟେ ହମଲା ପରେ ଆମେରିକା ଗସ୍ତ ଅଧାରୁ ହିଁ ବାତିଲ କରି ସ୍ବଦେଶ ଲେଉଟିଛନ୍ତି ଇସ୍ରାଏଲ ପିଏମ୍ ବେଞ୍ଜାମିନ ନେତନ୍ୟାହୁ । ଆମେରିକା ଗସ୍ତ ସିନା ଅଧାରୁ ବାତିଲ କରି ସ୍ବଦେଶ ଲେଉଟିଛନ୍ତି ନେତନ୍ୟାହୁ । ହେଲେ ଗତକାଲି ଜାତିସଂଘରୁ ଇରାନକୁ ଦେଇଛନ୍ତି ବଡ଼ ମେସେଜ୍ । ମେସେଜ୍ ତ ନୁହେଁ ବରଂ ଖୋଲାଖୋଲି ଧମକ । ଦେଶ ଉପରେ ଆଟାକ୍ ହେଲେ ଛାଡ଼ିବାର ପ୍ରଶ୍ନ ଉଠୁନି । ଆମ ସଂପ୍ରଭୁତା ନେଇ ପ୍ରଶ୍ନ ଉଠିଲେ ପରିସ୍ଥିତି ଭୟାବହ କରିଦେବାର ଖୁଲମଖୁଲା ଏଲାନ କରିଛନ୍ତି ନେତନ୍ୟାହୁ । ତେବେ ନେତନ୍ୟାହୁଙ୍କ ଅଭିଭାଷଣ ବେଳେ ଅନେକ ଦେଶର ପ୍ରତିନିଧି ୱାକ୍ ଆଉଟ୍ କରିଥିଲେ ।

ହିଜବୁଲ୍ଲାର ବସ୍ ହସନ ନସରୁଲ୍ଲାର ନିପାତ ପରେ ଲେବାନ୍ ସମେତ ଇରାନ ଏବଂ ସିରିଆରେ କୋକୁଆ ଭୟ । ଇସ୍ରାଏଲ୍ କୁ ଆଉ ସମନା କରିବା ର ଦମ୍ ନାହିଁ ହିଜବୁଲ୍ଲୋେ । ଶୁକ୍ରବାର ଇସ୍ରାଏଲୀ ସେନାର ଘନ ଘନ ଆଟାକ୍ ରେ ଥରିଥିଲା ବିରୁଟ୍ ର ଦହିଏ ସହର । ଅନ୍ୟପଟେ ଲେବାନନ୍ ପରେ ଇରାନ୍ ଉପରେ ଇସ୍ରାଏଲ୍ ର ନଜର । ସ୍ଥିତିକୁ ଦେଖି ଇରାନ ସୁପ୍ରିମ ଲିଡର୍ ଖେମିନାଇଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଜାଇଥିବା ସୂଚନା । ଏପଟେ ଲେବାନନ୍ ରେ ଇରାନ ର କୈାଣସି ଟ୍ରାନସପୋର୍ଟ କୁ ନଆସିବାକୁ ଇସ୍ରରାଏଲ ସେନା ମୁଖ ଅର୍ଡର ଦେଇଛନ୍ତି । 

ଚାଲେଞ୍ଜ
13m ago
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
31m ago
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
45m ago
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ