ହିମାଚଳ ପ୍ରଦେଶ ରାଜନୀତିରେ ହଟଚମଟ, ସଙ୍କଟରେ କଂଗ୍ରେସ ସରକାର
by Argus News
Wed, Feb 28 | 1:13 p.m.

ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ରାଜନୀତିରେ ହଟଚମଟ । ସଙ୍କଟରେ କଂଗ୍ରେସ ସରକାର । ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ବିଜେପି ନେତା ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ନେତାମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଫ୍ଲୋର ଟେଷ୍ଟ ସହ ୩ଟି ଦାବି ରଖିଛି ବିଜେପି । ସେପଟେ କଂଗ୍ରେସର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଗତକାଲି କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିବା ପରେ ସୃଷ୍ଟି ହୋଇଛି ହଲଚଲ । ଗତକାଲି ରାଜ୍ୟସଭା ପାଇଁ ଭୋଟିଂ ଥିଲା । ହିମାଚଳପ୍ରଦେଶରେ କ୍ରସ ଭୋଟିଂରେ ଜିତିଥିଲେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ । ଆଉ ହାରିଥିଲେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭୀ । ଏହାପରେ ଆରମ୍ଭ ହୋଇଥିଲା ହଟଚମଟ । ସେପଟେ ଦିଲ୍ଲୀରୁ ହିମାଚଳ ପ୍ରଦେଶ ଆସୁଛନ୍ତି କଂଗ୍ରେସର ପର୍ଯ୍ୟବେକ୍ଷକ । କଂଗ୍ରେସର ୫ରୁ ୬ ଜଣ ବିଧାୟକଙ୍କୁ ହରିଆଣାରେ ଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ