ଭାଷଣ ଆରମ୍ଭରୁ ବର୍ଷିଲେ ଶାହ : କହିଲେ, ନବୀନ ସରକାରକୁ ଉଠାଇ ଫୋପାଡିବାକୁ ପଡ଼ିବ
by Argus News
Thu, Apr 25 | 8:36 p.m.

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ପାଦ ଦେଉ ଦେଉ ନବୀନ ସରକାର ଉପରେ ବର୍ଷିଲେ ଶାହ । କହିଲେ, ବହୁତ ହୋଇଗଲା ଏଥର ସମୟ ଆସିଯାଇଛି । ନବୀନ ବାବୁର ସରକାରକୁ ଉଠାଇ ଫୋପାଡି ଦିଅ । ଖାଲି ଏତିକି ନୁହେଁ ବରଂ ଏ ସରକାର କେବଳ କେନ୍ଦ୍ରୀୟ ଯୋଜନାରେ ନିଜ ଫଟୋକୁ ନେଇ ଲୋକଙ୍କୁ ଭୂଆଁ ବୁଲାଉଥିବାର ଖୋଲିଦେଲେ ଗୁମର । ନିର୍ବାଚନ ପୂର୍ବରୁ ଶାହଙ୍କ ଏମିତି ବିଷୋଦଗାରକୁ ନେଇ ଏବେ ହଟ୍ଟଚମଟ ହେଲାଣି ରାଜ୍ୟ ରାଜନୀତି ।

ସୋନପୁରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ହମଲା । ରାମ ମନ୍ଦିରକୁ ନେଇ ପୂରା ଦେଶ ଯେତେବେଳେ ଉତ୍ସବ ମନାଉଥିଲା ସେତେବେଳେ ଏ ସରକାର ସେ ଉତ୍ସବକୁ ନବନାଇବାକୁ ଚକ୍ରାନ୍ତ କରିଥିଲେ । ହେଲେ ଲୋକେ ସେ ଉତ୍ସବକୁ ମନାଇଥିଲେ । ଦେଶର ବିକାଶ କେମିତି ହେବ ସେନେଇ ମୋଦି ସରକାର ସବୁବେଳେ ବ୍ୟସ୍ତ । ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟା କରୁଛି କେନ୍ଦ୍ର ସରକାର । 

ଖାଲି ଏତିକି ନୁହେଁ ବରଂ ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ବାବୁ ନାଁ ନେଉଛନ୍ତି । କେନ୍ଦ୍ରର ଯୋଜନା ଥିବା ପରେ ବି ଫଟୋ ମାରି ମିଛ ଗୁଜବ କରୁଛନ୍ତି ନବୀନ । ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ...ନବୀନ ବାବୁଙ୍କୁ ଡର ଲାଗୁଛି କାଳେ ଯୋଜନା କାର୍ଯ୍ୟକାରୀ ହେଲେ ହେଲେ ମୋଦି ନାଁ ନେଇଯିବେ ।  ତେଣୁ ସମୟ ଆସିଛି...ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ଶାହ କହିଛନ୍ତି । ଏହାସହ କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଏଠାରେ କରିବୁ, ଲୋକ ବାହାରକୁ ଯିବେନି ଦାଦନ ଖଟିବାକୁ  ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ । ମୋଟ୍‌ ଉପରେ ନିର୍ବାଚନ ପୂର୍ବରୁ ଶାହଙ୍କ ଗସ୍ତ ବେଶ ଚର୍ଚ୍ଚାରେ ଥିଲା । ହେଲେ ଶାହ ଆସୁ ଆସୁ ଯେମିତି ହମଲା କଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
 

VILLAGE
6m ago
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10
STRUGGLE
19m ago
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା
METEOROLOGICAL
33m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା