ହୁକା ବାର  ବ୍ୟାନ, ଉଲ୍ଲଙ୍ଘନକାରୀଙ୍କୁ ୧ ଲକ୍ଷ ଜରିମାନା 
by Argus News
Thu, Feb 22 | 7:29 p.m.

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବ୍ୟାନ ହେବ ହୁକା ବାର। ଉଲ୍ଲଙ୍ଘନକାରୀଙ୍କୁ ଜେଲ ସହ ମିଳିବ ଆର୍ଥିକ ଦଣ୍ଡ। ସେହିପରି ୨୧ ବର୍ଷରୁ କମ ବୟସ୍କଙ୍କୁ କେହି ବି ସିଗାରେଟ କିମ୍ବା କୌଣସି ଗୁଟଖା ବିକ୍ରି କରିପାରିବେ ନାହିଁ। ଏପରି କଡ଼ା ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି କର୍ଣ୍ଣାଟକା ସରକାର।  ଏହା ସହ ଜଡ଼ିତ ଗୋଟିଏ ବିଲ ଆଜି କର୍ଣ୍ଣାଟକା ବିଧାନସଭାରେ ପାରିତ ହୋଇଛି। ରାଜ୍ୟ ସରକାର ବର୍ତ୍ତମାନ ପ୍ରଚଳିତ ଥିବା ଆଇନରେ ସଂଶୋଧନ କରିଛନ୍ତି।  ବିଲ୍‌ରେ କୁହାଯାଇଛି ରାଜ୍ୟରେ ଆଉ କୌଣସି ସ୍ଥାନରେ ହୁକା ବାର୍‌ ଚାଲି ପାରିବ ନାହିଁ। ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରନ୍ତି, ତେବେ ସେମାନଙ୍କୁ ଗୋଟିଏ ବର୍ଷରୁ ୩ ବର୍ଷ ଯାଏ ଜେଲ ଓ ୧ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ। ଏହାବାଦ ୨୧ ବର୍ଷରୁ କମ ବୟସ୍କ ପିଲାଙ୍କୁ ସିଗାରେଟ ଓ ଅନ୍ୟ ତମ୍ବାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରୋକ ଲଗାଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ପରିସୀମା ମଧ୍ୟରେ କେହି ବି ସିଗାରେଟ କିମ୍ବା ଗୁଟଖା ଦୋକାନ ଖୋଲି ପାରିବେ ନାହିଁ। ଉଲ୍ଲଙ୍ଘନକାରୀଙ୍କୁ ଏଥିପାଇଁ ୧ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ ବୋଲି କର୍ଣ୍ଣାଟକା ସରକାର କହିଛନ୍ତି। 
 ଆସନ୍ତୁ ଜାଣିବା ହୁକା କଣ?

ସମୟ ପଦଳିବା ସହ ଲୋକଙ୍କ ଚାହିଦା ବଦଳିଛି। ଏଇ ଯେମିତି  ସିଗାରେଟ୍‌ ପରିବର୍ତ୍ତେ ଲୋକେ ଅଧିକା ହୁକା ଟାଣିବାକୁ ପସନ୍ଦ କରୁଛନ୍ତ। ହୁକା ଅନେକ ଫ୍ଲେବର ସହ ଆସୁଛି ଯେଉଁଥିପାଇଁ ଲୋକଙ୍କ ଅଧିକ ପସନ୍ଦ ହେଉଛି। କିନ୍ତୁ ମନେ ରଖନ୍ତୁ ସିଗାରେଟ୍‌ ଅପେକ୍ଷା ବିଦଜନକ ହୁକା। ଯେକୌଣସି ଜିନିଷର ଅଧିକ ସେବନ ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇଥାଏ। ତାହା ପୁଣି ହୁକାର ଭିଭିନ୍ନ ଫ୍ଲେବର। ଫ୍ଲେବର୍ସକୁ କୋଇଲା ଉପରେ ଗରମ କରାଯାଏ ଏବଂ ତାପରେ ଧୂଆଁକୁ ଏକ ଟ୍ୟୁବ୍ ଏବଂ ମାଉଥପିସରୁ ନିଶ୍ୱାସ ମାଧ୍ୟମରେ ଶୋଷାଯାଇଥାଏ ।  ହୁକାରୁ ନିର୍ଗତ ଧୂଆଁରେ ସିଗାରେଟ୍ ଧୂଆଁ ପରି ବିଷାକ୍ତ ଉପାଦାନ ଥାଏ, ଯେଉଁଥିରେ ନିକୋଟିନ୍ ଏବଂ ଟାର୍ ଅନ୍ତର୍ଭୁକ୍ତ । ଏକ ଅନୁସନ୍ଧାନ ଅନୁଯାୟୀ, ହୁକା ଧୂଆଁରେ ଅତି କମରେ ୮୨ ଟି ବିଷାକ୍ତ ରାସାୟନିକ ପଦାର୍ଥ ଏବଂ କର୍କିନୋଜେନ ଚିହ୍ନଟ କରାଯାଇଛି ।  ବିଶେଷ ଭାବରେ ହୁକା ଧୂମପାନ ପାଇଁ  ଫୁସଫୁସ ଏବଂ ପାଟି କର୍କଟ ରୋଗର କାରଣ  ହୋଇଥାଏ।

ଅଧିକ ଦେଖନ୍ତୁ : 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ