ଆଜି ପଦ୍ମ ଧରିପାରନ୍ତି ଅନୁଭବ!
by Argus News
Mon, Apr 01 | 1:52 p.m.

ଅର୍ଗସ ବ୍ୟୁରୋ: ବିଜେଡିକୁ ବାଏବାଏ କଲେ ସବୁ ସିନେ ଷ୍ଟାର । ପ୍ରଥମେ ଅରିନ୍ଦମ ରଏ, ତା'ପରେ ସିଦ୍ଧାନ୍ତ ମହାପାତ୍ର ଆଉ ଦୁଇ ଦିନ ପୂର୍ବରୁ ଅନୁଭବ ମହାନ୍ତି ବି ଛାଡିଥିଲେ ବିଜେଡି । 

ସିଦ୍ଧାନ୍ତ, ଅରିନ୍ଦମ, ଆକାଶଙ୍କ ପରେ ଏବେ ଅନୁଭବ ବିଜେପିମୁହାଁ। ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଥରେ ରାଜ୍ୟସଭା ସାଂସଦ ଏବଂ ଥରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ବିଭିନ୍ନ ସମୟରେ ବ୍ୟକ୍ତିଗତ କାରଣ ପାଇଁ ବିବାଦରେ ରହିଆସୁଥିଲେ ଅନୁଭବ। ବିଜେଡି ସାଂସଦ ଥିଲେ ମଧ୍ୟ ସେ ଦଳରେ ବିଶେଷ ସକ୍ରିୟ ନଥିଲେ।

୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାଜିତ କରିଥିଲେ ଅନୁଭବ ମହାନ୍ତି। ଚଳିତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ନିକଟରେ ଅଂଶୁମାନ କଂଗ୍ରେସ ଛାଡ଼ି ବେଜେଡିରେ ଯୋଗ ଦେଇଥିଲେ। ହୁଏତ କେନ୍ଦ୍ରାପଡ଼ା ଲୋକସଭା ଅସନ ପାଇଁ ଆଶାୟୀ ଥିବା ଅନୁଭବ ମହାନ୍ତିଙ୍କୁ ଟିକେଟ ନମିଳିବାରୁ ସେ ବିଜେଡି ଛାଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଆଜି ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

୭୭ତମ
୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍
VK PANDIAN
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ