ଆଜିର ରାଶିଫଳ, ଖୁବ ଶୀଘ୍ର ବଦଳିବ ଏହି ରାଶିର ଭାଗ୍ୟ
by Argus News
Mon, Feb 19 | 7:30 a.m.

ଅର୍ଗସ ବ୍ୟୁରୋ : ୧୯. ସୋମବାର, କେମିତି କଟିବ ଆଜି ଆପଣଙ୍କ ଦିନ। ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।
ମେଷ-
ସ୍ୱଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି । ପରିବାରର ସମ୍ପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ପରୀକ୍ଷାରେ ସଫଳ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ 

ବୃଷ-
ଆନୁଷ୍ଠାନିକ କ୍ଷେତ୍ର, ସଭାସମିତିରେ ସମ୍ମାନିତ ହେବେ । ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ନୂଆ କଳାକୈାଶଳ ଶିଖିବାକୁ ସୁଯୋଗ ମିଳିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ  ସୁଯୋଗ ମିଳିପାରେ ।  ମାଙ୍ଗଳିକ କାର‌୍ୟ୍ୟ କରିବା ପାଇଁ ବିଚାର କରିବେ । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ 

କର୍କଟ-
ଆପଣଙ୍କ ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।  ସମାଜ ସେବା ଓ ରାଜନୀତିରେ ସୁନାମ ଅର୍ଜନ କରିପାରବେ । ଆକସ୍କିକ ବିପଦ ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ପୈତୃକ ସମ୍ପତି ହସ୍ତାନ୍ତର ହୋଇପାରେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ନୂଆ ବ୍ୟବସାୟ ନିର୍ମାଣରେ ଅଗ୍ରଗତି କରିବେ । କର୍ମକ୍ଷେତ୍ରରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ । ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ 

କନ୍ୟା-
ମନେ ମନେ ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ । ବାଣିଜ୍ୟ, ପରିବହନ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଛାତ୍ରଛାତ୍ରି କ୍ୟାରିୟରରେ ନୂଆ ରୂପରେ ସୁଶୋଭିତ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କୁକୁର, କାଉକୁ ଖାଇବାକୁ ଦିଅନ୍ତୁ    

ତୁଳା-
ସମ୍ପର୍କୀୟଙ୍କ ଅନୁକମ୍ପା ଲାଭକରି କାର‌୍ୟ୍ୟ ପାଇଁ ପ୍ରସ୍ତୁତ ହୋଇପାରନ୍ତି । ଆଲୋଚନା ପରିସରରେ ବନ୍ଧୁଙ୍କ ପ୍ରତି ସ୍ନେହ ପ୍ରଦର୍ଶନକରି ପ୍ରଶଂସିତ ହେବେ । ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ଦେଇପାରେ । ଘର ଲୋକଙ୍କ ସାହାର‌୍ୟ୍ୟରେ ଅଧୁରା କାମ ପୂରା କରିବେ । ବ୍ୟବସାୟରେ ତ୍ୱରିତ ନିଷ୍ପତି ଲାଭପ୍ରଦ ହେବ । ରାଜନୀତି, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ । ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର‌୍ୟ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ଶିଳ୍ପ, ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅତୀତ କଥାକୁ ଚିନ୍ତାକରି ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତିି ସେମିତି କିଛି ହେବନି । ଚାକିରିରେ କିଛି ପରିବର୍ତନ ଆସିପାରେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର-
ପ୍ରେମ ପ୍ରସଂଙ୍ଗରେ ଆପଣ ସଫଳତା ପାଇବେ । ସାବଧାନ ରୁହନ୍ତୁ ସଡକ ଦୁର୍ଘଟଣା ହୋଇପାରେ । ବେପାରରେ ପ୍ରଚୁର  ଲାଭ ମିଳିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ହେବ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ 

କୁମ୍ଭ-
ଆପଣ କାନ୍ଧରେ ଆଘାତ ପାଇ ପାରନ୍ତି । ରପ୍ତାନି କାରବାର ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ ।  ଆପଣଙ୍କର ପିତୃପୁରୁଷଙ୍କ ଘର ପାଇପାରିବେ 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

ମୀନ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତି ଜୀବନ ପ୍ରେମପୂର୍ବକ  ବିତିବ । ଅଫିସରେ କର୍ମଚାରୀଙ୍କ ଉପରେ  ବିରକ୍ତ ରୁହନ୍ତୁ ନାହିଁ । ଆପଣଙ୍କ ପାଇଁ ଟଙ୍କା ରୋଜଗାର କରିବାର ଅନେକ ସରଳ ଉପାୟ ମିଳିବ । ଛାତ୍ରଛାତ୍ରି ମାନେ ପଢାରେ ପ୍ରଂଶସିତ ହେବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଅଧିକ ପଢ଼ନ୍ତୁ ରାଶିଫଳ ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ