ଆଜି କେମିତି କଟିବ ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ
by Argus News
Tue, Jul 02 | 7:45 a.m.

ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ...

ମେଷ-

ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ।  ଚାକିରୀ କ୍ଷେତ୍ରରେ ଭଲ ବେତନ ପାଇବେ । ପରିବାରରେ ଅନୁକୂଳ ପରିସ୍ଥିତି ବଜାୟ ରହିବ । ଶତୃ ମାନେ ହଠାତ୍ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ । ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ମହାଦେବଙ୍କ ପୂଜା କରନ୍ତୁ

ବୃଷ-

ଆପଣଙ୍କ କାର‌୍ୟ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି । ଛାତ୍ରଛାତ୍ରୀ ମାନେ ପରିଶ୍ରମୀ ହେବେ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ । ମହିଳା ମାନେ ଧୈର‌୍ୟ୍ୟ ଧରି କାମ କରିଲେ କାର‌୍ୟ୍ୟରେ ବିଜୟଲାଭ କରିବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ପଢାରେ ଏକାଗ୍ରତା ରକ୍ଷା କରିବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-

ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ନାନା ଭାବନା ଓ ଦ୍ୱିଧାଭାବ ଭିତରେ ଗତି କରି ପାରନ୍ତି । କଚେରି ମାମଲା କାରଣରୁ ଉଦ୍ବେଗ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କର୍କଟ-

ଆଗରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ । ବ୍ୟବସାୟରେ ତିଷ୍ଟି ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ । ଆର୍ଥିକ ଲାଭ ସହ ସମ୍ପତି ବୃଦ୍ଧି ହେବ । ମହିଳା ମାନେ ପୂଜା, ପାଠରେ ମନ ଲଗାଇବେ । ଛାତ୍ରଛାତ୍ରୀ ମାନେ ନିଜ ଚେଷ୍ଟାରେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର‌୍ୟ୍ୟ କରନ୍ତୁ

ସିଂହ-

କର୍ମକ୍ଷେତ୍ରରେ ଯେଉଁ କାର‌୍ୟ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ । ସରକାରି ସହୟତା ପାଇବେ  ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ ।  ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା-

କୈାଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ସାମାଜିକ ସ୍ତରରେ ଗଠନମୂଳକ କାର‌୍ୟ୍ୟରୁ ପ୍ରଶଂସିତ ହେବେ । କୋର୍ଟରେ ଶୁଭ ଫଳ ପାଇବେ । ନୂତନ ବନ୍ଧୁ ସୃଷ୍ଟି ହୋଇ ପାରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର  ପୂଜା, ପାଠ କରନ୍ତୁ 

ତୁଳା-

ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ ।  ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ  ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ରାଜନିତିରେ  ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ହାତ ମୁଶାଇବେ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା-

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ରାଜନୀତିରେ ସତର୍କ ରହି କାର‌୍ୟ୍ୟ କରନ୍ତୁ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ । ଅଫିସ୍ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ  ଜମିକୁ ନେଇ ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଅସହାୟ ରୋଗି ମାନଙ୍କୁ ସାହାର୍ଯ୍ୟ କରନ୍ତୁ

ଧନୁ-

ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।  ବ୍ୟବସାୟରେ ସ୍ଥାୟୀ ରହିବା ପାଇଁ ଚେଷ୍ଟା କରିବେ । ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ ।କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ।  ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶନି ଦେବଙ୍କ ପୂଜା ପୂଜା କରନ୍ତୁ

ମକର-

ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର‌୍ୟ୍ୟସିଦ୍ଧି ଘଟିବ । ସମସ୍ୟା ଭାରକ୍ରାନ୍ତ ହୋଇ ମନଟା ଭଲ ଲାଗିବ ନାହିଁ । ସମାଜରେ ଆପଣଙ୍କର ଲୋକ ପ୍ରିୟତା ବଢିବ । ଗୁପ୍ତଶତ୍ରୁ ମାନେ ଆପଣଙ୍କ ବିରୁଦ୍ଧରେ ସକ୍ରିୟହୋଇ ପାରନ୍ତି । ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାକୁ ଆପଣ ଟିକେ ଚିନ୍ତିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

କୁମ୍ଭ-

ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ । ନୂତନ ପ୍ରେମ ସମ୍ପର୍କରେ ଆବଦ୍ଧ ହୋଇପାରନ୍ତି । ଶିକ୍ଷା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ ମିଳିପାରେ । ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିୟୋଜିତ କରିପାରନ୍ତି । ରାଜନିତିରେ ସଭାସମିତିରେ ଆଗ୍ରହୀ ହୋଇପାରନ୍ତି । ବିଦ୍ୟାର୍ଥୀ ମାନେ ପଢାରେ ସାହାର‌୍ୟ୍ୟ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ

ମୀନ-

ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ । ବ୍ୟବସାୟରେ ଆଶା କରାଯାଉଥିବା ଫଳ ବହୁତ ଡେରିରେ ପାଇବେ । ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ମହିଳା ମାନଙ୍କର ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗ ଅଭାବ ରହିବ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା