ପାଟଣା ସ୍ଥିତ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୬ମୃତ
by Argus News
Thu, Apr 25 | 8:09 p.m.

ଅର୍ଗସ ବ୍ୟୁରୋ: ପାଟନା ରେଳ ଷ୍ଟେସନ ପାଖରେ ଥିବା ହୋଟେଲରେ ଲାଗିଲା ନିଆଁ। ଚାଲିଗଲା ୬ଜଣଙ୍କ ଜୀବନ। ଆଜି ସକାଳ ୧୧ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ବେଳେ ୬ଜଣକ ମୃତ୍ୟୁ ହେବା ସହ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଡିଏସପି କ୍ରିଷ୍ଣା ମୁରାରୀଙ୍କ କହିବା ମୁତାବକ, “ପାଞ୍ଚରୁ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ୭ଜଣ ଗୁରୁତର ଆହତ ଥିବା ଲୋକଙ୍କୁ ଡାକ୍ତରଖାନାକୁ ପଠାଯାଇଛି। 

ଅନ୍ୟପକ୍ଷରେ ଡିଆଇଜି ମୃତ୍ୟୁଞ୍ଜୟ କୁମାର ଚୌଧୁରୀ କହିଛନ୍ତି ଯେ, ସକାଳ ୧୧ଟାରେ ହୋଟେଲରେ ନିଆଁ ଲାଗିବା ପରେ ଆମକୁ ଖବର ଦିଆଯାଇଥିଲା। ତୁରନ୍ତ ଆମେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲୁ। ଏବେ ନିଆଁକୁ ଲିଭାଯାଇଛି ଏବଂ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

VILLAGE
7m ago
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10
STRUGGLE
20m ago
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା
METEOROLOGICAL
33m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା