କେମିତି ଦୁର୍ଘଟଣା ହେଲା, କିଏ ଦାୟୀ ?
by Argus News
Tue, Apr 16 | 2:41 p.m.

କଟକ:  ଅଶୁଭ ସୋମବାର ...ରାତି 9ଟା ହେବ...ଖାଇପିଇ କିଏ ଶୋଇଥିଲା ତ ଆଉ କିଏ ମୋବାଇଲରେ କଥା ହେଉଥିଲା । ପୁଣି ଆଉ କିଏ ଗରମ ପାଇଁ ଡୋର ଖୋଲି ପବନ ଖାଉଥିଲା । ହେଲେ ଏତିକି ବେଳେ ଥରିଉଠିଲା ଛାତି, ବ୍ରିଜ ତଳକୁ ହଠାତ୍‌ ଗଳିପଡିଥିଲା ବସ୍‌ । ଚିତ୍କାର ଶୁଭିଲା...କାନ୍ଦବୋବାଳି ପଡିଲା । କିଏ ଡାକୁଥିଲା ମତେ ବାହାରକୁ ନିଅ...ତ ପୁଣି କିଏ କହୁଥିଲା ପାଣି ଟୋପାଏ ଦିଅ । ଅନ୍ଧାର ରାତିରେ ଦୁର୍ଘଟଣାର କୋହଭରା ଚିତ୍କାର ଯିଏ ଶୁଣୁଥିଲା ସିଏ ଥରୁଥିଲା । ପୁରୀରୁ ଦୀଘା ଯାଉଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଲୋମଟାଙ୍କୁରା କାହାଣୀ ଥିଲା କିଛି ଏମିତି । 

ସ୍ଥାନ- ଯାଜପୁର ବାରବାଟୀ । ସମୟ-ରାତି ପ୍ରାୟ ୯ଟା...ହଠାତ୍‌ ବ୍ରିଜ ତଳକୁ ଖସିପଡିଥିଲା ବସ । କେମିତି ଦୁର୍ଘଟଣା ହେଲା, କିଏ ଦାୟୀ ? ସେ କଥା ପଚାରିବାକୁ ନାଁ କାହାର ସମୟ ଥିଲା ନା କାହାର ଧୈର୍ଯ୍ୟ ଥିଲା । ସମସ୍ତଙ୍କର ଫୋକସ ଥିଲା କେମିତି ଆହତଙ୍କୁ ନେଇ ପହଞ୍ଚିବେ ମେଡିକାଲରେ । ରାତି୯ଟା ହେବାରୁ ରାସ୍ତା ଖାଲି ହୋଇ ଆସୁଥାଏ । ହେଲେ ଦୁର୍ଘଟଣାର ଖବର ପାଇବା ପରେ ରୁଣ୍ଡ ହୋଇଥିଲେ ଲୋକ...ଦିଶିଥିଲା ମୁଣ୍ଡମାଳ । ଦୁର୍ଘଟଣା ଥିଲା ଖୁବ ଭୟଙ୍କର ।

ମୋଟ୍‌ ଉପରେ ଯାଜପୁର କୁଆଖିଆ ନିକଟରେ ଓଲଟିଥିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିପଡିଲା ବସ୍ । ବାରବାଟୀ ପୋଲରେ ଏହି ଦୁର୍ଘଟଣା ହୋଇଥିଲା ।  ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ ଏଭଳି ଅଘଟଣ ଘଟିଛି । ବସରେ ୫୦ରୁ ୬୦ ଯାତ୍ରୀ ରହିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । କିଛି ଯାତ୍ରୀ ବସ ତଳେ ଚାପି ହୋଇ ରହିଥିଲେ । ହେଲେ ଦୁର୍ଘଟଣାର ଖବର ପାଇବା ପରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ସହିତ ସବୁ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏତେ ବଡ଼ ଦୁର୍ଘଟଣା ହୋଇଥିବାରୁ ଏବେ ଚର୍ଚ୍ଚା ଜୋର । 

ଆହୁରି ପଢନ୍ତୁ ଓଡିଶା ଖବର...

 

J.P. NADDA
ବିଜେପିର ପାୱାର ସୋ' ଦେଖିବେ ଏକାମ୍ରବାସୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରୋଡ଼ ସୋ । ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିରାଟ ରୋଡ଼ ସୋ ନଡ୍ଡାଙ୍କର । ପୁରୁଣା ଭୁବନେଶ୍ବର ମାଉସୀ ମ
୯ବର୍ଷୀୟ ନାବାଳିକାଙ୍କୁ
୯ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କଲା ଶିକ୍ଷକ
ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି କଳଙ୍କର ଛିଟା। ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଜଣେ ଶିକ୍ଷକ ତାଙ୍କ ପେଶାକୁ ବଦନାମ କରିଛନ୍ତି। ଶିକ୍ଷକ ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତ
ଆଗାମୀ ୪ଦିନ
ଆଗାମୀ ୪ଦିନ ଓଡିଶାରେ ହେଭିଓ୍ବେଟଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ଆଗାମୀ ୪ ଦିନ ଓଡିଶାରେ ହେଭିଓ୍ବେଟଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳ