ଏପ୍ରିଲ ସରିବାକୁ ବସିଲାଣି, ତାତିରେ ଫୁଟୁଛି ଏହି ସହର
by Argus News
Sun, Apr 28 | 1:56 p.m.

ଅର୍ଗସ ବ୍ୟୁରୋ: ଏପ୍ରିଲ ସରିବାକୁ ବସିଲାଣି । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର  ଏପ୍ରିଲ ମାସର ତାପମାତ୍ରା । ଘରେ ବାହାରେ ସବୁଠି ଗରମ । ସକାଳୁ ଏମିତି ଗରମ ହେଉଛି ଯେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଆକାଶରୁ ନିଆଁ ବର୍ଷା ହେଉଛି । ଟାଇଁ ଟାଇଁ ଖରାକୁ ଝାଞ୍ଜି ପବନ । ଟିକେ ତାତି ବଢିଲେ ରାସ୍ତା ଘାଟ ଶୂନ୍ ଶାନ୍ ହୋଇ ପଡୁଛି । ଟକମକ୍ ଫୁଟୁଛି ଦେଶର ବିଭିନ୍ନ ସହର । ହିଟ୍ ୱେଭ୍ ରେ ଅସ୍ତବ୍ୟସ୍ତ ମଣିଷଠୁ ଆରମ୍ଭ କରି ପଶୁପକ୍ଷୀ । ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ପାର୍ ।  (heat wave )

ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ ଶନିବାର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍ । ଯେଉଁଠି 44.9 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। 
ସେହିପରି ଦ୍ୱିତୀୟରେ ଓଡିଶାର ଅନୁଗୁଳରେ 44.7 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । 44.6 ଡିଗ୍ରୀ ସେଲସିୟସ ସହ ଭୁବନେଶ୍ୱର ଓ ଆସାନସୋଲ୍ ତୃତୀୟ ଉତ୍ତପ୍ତ ସହର ପାଲଟିଛନ୍ତି (hot cities)। 

ସେହିପରି କୁରନୁଲ୍ 44.5 ଡିଗ୍ରୀ, ଅନନ୍ତପୁର 43.7 ଡିଗ୍ରୀ,ଭବାନୀପାଟଣା ୪୩.୭, ବୌଦ୍ଧରେ ୪୩.୭ ଡ଼ିଗ୍ରୀ, ଝାରସୁଗୁଡା 43.6 ଡିଗ୍ରୀ , ମେହବୁବନଗର 43.5 ଡିଗ୍ରୀ ସେଲସିୟସ, ମଦିନାପୁର 43.5 ଡିଗ୍ରୀ, କଡପା 43.4 ଡିଗ୍ରୀ, ବଙ୍କୁରା, ଜାମସେଦପୁର, ରେନତାଚିନତାଲା 43.2 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି (summer season) । 

ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ତାପମାତ୍ରା ଢେର୍ ଅଧିକ ରହୁଛି । (Odisha) ଭାରତର ସବୁଠୁ ଉତ୍ତପ୍ତ 6 ସହର ମଧ୍ୟରେ ରହିଛି ଓଡିଶାର 3ଟି ସହର । ଅନୁଗୁଳ, ଭୁବନେଶ୍ୱର ଓ ଝାରସୁଗୁଡା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । (Heat Wave)

ପ୍ରଥମ ଥର ପାଇଁ ଟ୍ୱିନ୍ ସିଟିରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ଦିନ ତାପମାତ୍ରା ୪୩.୪ ରେକର୍ଡ଼ ହୋଇଛି ଯାହା ସ୍ବାଭାବିକ ତାପମାତ୍ରା ତୁଳନାରେ ୬.୩ ଡିଗ୍ରୀ ଅଧିକ ରହିଛି । (India) ସେହିପରି ଭୁବନେଶ୍ବର ସ୍ଵାଭାବିକ ତୁଳନାରେ  ୬.୮ ଅଧିକ ରହିଛି । ବାରିପଦା, କଟକ, ଭୁବନେଶ୍ୱରରେ ସିଭିୟର ହିଟ୍ ୱେଭ୍ ଅନୁଭୂତ ହୋଇଛି । ଏହିଭଳି ସ୍ଥିତି ତାପମାତ୍ରା ଆଗାମୀ ଦିନରେ ରହିବ । କିଛି କିଛି ଅଞ୍ଚଳରେ ଦିନ ତାପମାତ୍ରା ୨ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ୫ ଦିନ ପାଇଁ ହିଟ୍ ୱେଭ୍ ଜାରି ରହିବ । ଯେତେ ପର୍ଯ୍ୟନ୍ତ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବନାହିଁ ସେପର୍ଯ୍ୟନ୍ତ ଏହିଭଳି ସ୍ଥିତି ଲାଗି ରହିବ । (Temeperature)

ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମଦିନ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆବଶ୍ୟକ ନଥିଲେ ଦିନ 11ଟାରୁ  3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହୃଦ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । 

ଆହୁରି ପଢନ୍ତୁ ପାଣିପାଗ ଖବର...

BJP
1m ago
ଓଡ଼ିଆ ନେତାଙ୍କ ଦମ୍ ଓଡ଼ିଆ ଭୋଟରଙ୍କ ହାତରେ ତାମିଲ ବାବୁଙ୍କ ଧମକରେ ନୁହେଁ
ଅର୍ଗସ ବ୍ୟୁରୋ : ଓଡ଼ିଶା କ୍ୟାଡର ନୁହେଁ ପଞ୍ଜାବ କ୍ୟାଡରର ଅଫିସର ଥିଲେ ବିଜେଡିର ନୂଆ ନେତା ସାଜିଥିବା ସରକାରୀ ବାବୁ । ବାହାହେବା ପରେ କ୍ୟାଡର ବଦଳି କରି ଓଡ଼ିଶାକୁ ଆସିଥିଲେ ଚାକିରୀ କରିବ
BJP
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ