ମାହାକାଶରେ ଜୀବନ  ବିତେ କେମିତି..  ?  
by Argus News
Sat, Aug 10 | 1:43 p.m.

ନୂଆଦିଲ୍ଲୀ: ଏହା ଜାଣିବା ପାଇଁ ଆମ ସମସ୍ତଙ୍କର ଇଛା ଥିବ।  କାରଣ  ମହାକଶରେ ଫସି ରହିଛନ୍ତି ମହାକାଶଚାରୀ .. ଏହି ସମୟରେ ସମସ୍ତଙ୍କ ମନରେ ପ୍ରଶ୍ନ  ନିଶ୍ଚିତ ଆସୁଥିବ ଯେ, ସେଠାରେ ସୁନୀତା ଏବଂ ଅନ୍ୟ ମହାକାଶଚାରୀ କିପରି ନିଜର  ଦୈନ୍ୟନ୍ଦିନ କାର୍ଯ୍ୟ  ସମାପନ କରୁଛନ୍ତି।   କଣ ଖାଆନ୍ତି, ପିଅନ୍ତି.. କିପରି ଉଠନ୍ତି ବସନ୍ତି ଆଉ କିପରି ଶୁଅନ୍ତି..   

ଅନ୍ତରିକ୍ଷରେ ମହାକାଶଚାରୀ କିପରି ବାଥ୍‌ରୁମ ଯାଅନ୍ତି..?  

 କିଛି ବର୍ଷ ପୂର୍ବରୁ  ସୁନୀତା ଓ୍ୱିଲିୟମସ୍‌  ଅନ୍ତରିକ୍ଷ ଯାତ୍ରାରେ ଥିବାବେଳେ  ଏକ ଭିଡିଓ  ସେୟାର କରିଥିଲେ ।  ଯେଉଁଥିରେ  ସେ ଅନ୍ତରିକ୍ଷ ବିଷୟରେ ବହୁତ କିଛି କହିଥିଲେ।  ପାଣି କିପରି ପିଆଯାଇଥାଏ..?  ଟୟଲେଟ କିପରି ଯାଇଥାନ୍ତି  ଆଉ ଅନ୍ତରିକ୍ଷରେ କିପରି ଶୋଇଥାନ୍ତି। ଅନ୍ତରିକ୍ଷରେ ଅବସ୍ଥିତି ସ୍ପେସ ଷ୍ଟେସନରେ ମହାକାଶଚାରୀଙ୍କ ପାଇଁ  ଖୁବ୍‌ ସ୍ୱତନ୍ତ୍ର ଭାବେ  ଟୟଲେଟ  ବନା ଯାଇଛି।  ଏହା ସାଧାରଣ ଟୟଲେଟ ପରି  ଦେଖାଯାଇଥାଏ କିନ୍ତୁ ଏହା ସ୍ୱତନ୍ତ୍ର ଭାକ୍ୟୁମ ବାଲା  ଟୟଲେଟ ହୋଇଥାଏ।  ଯାହା ଆପଣଙ୍କ ଶରୀରରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବାୟୁ ମାଧ୍ୟମରେ ଏକ ଟ୍ୟାଙ୍କରେ ଭାକ୍ୟୁମ୍ ଫୋର୍ସ ସାହାଯ୍ୟରେ ନେଇଥାଏ ।

ଏହି ଟୟଲେଟକୁ ବ୍ୟବହାର କରିବା ସମୟରେ ମହାକାଶଚାରୀ  ଆରାମରେ ଠିଆ ହୋଇପାରିବେ କିମ୍ବା  ବସି ମଧ୍ୟ ପାରିବେ।  ସେହିପରି ଅନ୍ତରିକ୍ଷରେ ପରିଶ୍ରା କରିବା ତରିକା  ମଧ୍ୟ ବେଶ୍‌ ଖାସ୍‌ ହୋଇଥାଏ। ଆଉ  ଏଥିପାଇଁ ମଧ୍ୟ ଭ୍ୟାକ୍ୟୁମ ବାଲା ପାଇପ୍‌ ର  ବ୍ୟବହାର କରାଯାଇଥାଏ।  ସେଥିପାଇଁ ଅନ୍ତରିକ୍ଷରେ  ୟୁରିନ୍‌ ଏବଂ  ଶୌଚ ପାଇଁ  ଭିନ୍ନ ଭିନ୍ନ  ଟୟଲେଟର ବ୍ୟବହାର କରାଯାଇଥାଏ।  ଯାହାଦ୍ୱାରା   ୟୁରିନ୍ ଅଲଗା ଟ୍ୟାଙ୍କରେ  ରହିଥାଏ। ଆଉ ଏହାକୁ  ରିସାଇକେଲ କରି  ପାନୀୟ ଭାବେ ବ୍ୟବହାର କରିଥାନ୍ତି ମହାକାଶଚାରୀ।  ସେହିପରି  ନିଜ ଶରୀରକୁ ସଫା ରଖିବା   ଓଦା କପଡାର ସାହାଯ୍ୟ  ନେଇଥାନ୍ତି କିମ୍ବା ଏକ ସ୍ୱତନ୍ତ୍ର ଲିକ୍ୱିଡ୍‌ ର ବ୍ୟବହାର କରି  ନିଜ ଶରୀରକୁ ସଫା କରିଥାନ୍ତି ମହାକାଶଚାରି।  ସ୍ପେଶ୍‌ରେ ଶରୀରରେ ଓଜନ ଅନୁଭବ ନହେବା ପାଇଁ  ଚାଲୁଥିବାଳେ ଶୋଇବା ପାଇଁ  ନିଜକୁ ସ୍ଲିପିଙ୍ଗ ବ୍ୟାଗରେ ବନ୍ଦ କରିଥାନ୍ତି ମହାକାଶଚାରୀ ।  ଏଥିରେ  ଓଲଟା, ସିଧା  ଯେପରି  ଚାହିଁବେ ସେପରି  ଶୋଇପାରିବେ।  ଏହା ଥିଲା ସ୍ପେସ୍‌ରେ କିପରି  ଜୀବନ  କାଟିଥାନ୍ତି  ମାହାକାଶଚାରୀ ଯାହା  ନିଜେ ଏକ ଭିଡିଓ ସେୟାର କରି ସମ୍ୟକ ସୂଚନା ଦେଇଥିଲେ ସୁନୀତା।.. ତେବେ ଆମର ପ୍ରାର୍ଥନା ମହାକାଶରେ ଫସିଥିବା ସୁନୀତା ଖୁବ୍‌  ଶୀଘ୍ର ଫେରିଆସନ୍ତୁ.. 
 

ଅଧିକ ଦେଖନ୍ତୁ : 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ