ଗୋଟିଏ ଦିନରେ କେତେ ପ୍ରୋଟିନ୍ ଖାଇବା ଆବଶ୍ୟକ ?
by Argus News
Fri, Nov 08 | 3:05 p.m.

ଅର୍ଗସ ବ୍ୟୁରୋ: ଆମେ ଅନେକ ଥର ଭରପୁର ଖାଇବା ଖାଇଥାଉ, ହେଲେ ବି ଆମେ ନିଜକୁ କମଜୋର୍ ଅନୁଭବ କରୁ । କାରଣ ଫିଟ୍ ରହିବା ପାଇଁ ଶରୀରକୁ ଦରକାର ପ୍ରୋଟିନ୍ ।  କାମ ବ୍ୟସ୍ତତା ମଧ୍ୟରେ ଆମେ ଅନେକ ଥର ନିଜ ଖାଇବା ପିଇବାର ଧ୍ୟାନ ରଖି ପାରେ ନାହିଁ । ଆଉ କିଛି ନ ବୁଝି ସୁଝି unhealthy ଖାଇବା ଗୁଡା ଖାଇଥାଉ । ଯାହା ଫଳରେ ଶରୀରେ ପ୍ରୋଟିନ୍ ର ମାତ୍ରା ଖୁବ କମିଯାଏ । ଆଉ ଆମକୁ କମଜୋର୍ ଲାଗେ । ଶରୀରରେ ପ୍ରୋଟିନ୍ ର ମାତ୍ରା ସଠିକ୍ ରଖିବା ପାଇଁ ଆମେ କିଛି ପରିବା ମଧ୍ୟ ଆମ ଖାଇବାରେ ଆଡ୍ କରିପାରିବା । ଯେଉଁଥିରୁ ଆମକୁ ଭରପୁର୍ ପ୍ରୋଟିନ୍ ମିଳିବ । 

 

ଗୋଟିଏ ଦିନରେ କେତେ ପ୍ରୋଟିନ୍ ଖାଇବା ଆବଶ୍ୟକ ?

ଆମ ଶରୀରକୁ ଗୋଟିଏ ଦିନରେ କେତେ ପ୍ରୋଟିନ୍ ଖାଇବା ଆବଶ୍ୟକ ? ଏହା କିଛି କଥା ଉପରେ ନିର୍ଭର କରେ । ଯେମିତି କି ଆପଣଙ୍କ ଓଜନ ଓ ଆପଣଙ୍କ ବୟସ । ପୁରୁଷଙ୍କ ପ୍ରତି କିଲୋଗ୍ରାମ୍ ଓଜନରେ 0.84 ଗ୍ରାମ୍ ପ୍ରୋଟିନ ନେବା ଉଚିତ୍ । ସେହିପରି ମହିଳାଙ୍କ କ୍ଷେତ୍ରରେ ପ୍ରତି କିଲୋଗ୍ରାମ୍ ଓଜନରେ 0.75 ଗ୍ରାମ୍ ପ୍ରୋଟିନ୍ ନେବା ଉଚିତ୍ । 
ବ୍ରୁସେଲସ୍ ସ୍ପ୍ରାଉଟ୍ , ପାଳକ ଶାଗ, ବ୍ରୋକୋଲି, ମଟର, ଡାଲି ଆଦି ଖାଇଲେ ଏଥିରେ ପୋଷକ ତତ୍ତ୍ୱ, ଭିଟାମିନ୍, ଖଣିଜ ପଦାର୍ଥ ଓ ପ୍ରୋଟିନ୍ ଭରପୁର ମାତ୍ରାରେ ମିଳିବ ।  

ବ୍ରୁସେଲସ୍ ସ୍ପ୍ରାଉଟ୍ 

ବ୍ରୁସେଲସ୍ ସ୍ପ୍ରାଉଟ୍ ରେ ପ୍ରତି କପ୍ ରେ 3 ଗ୍ରାମ୍ ପାଖାପାଖି ପ୍ରୋଟିନ୍ ମିଳିଥାଏ । ଏଥିରେ ଆଣ୍ଟିଅକ୍ଟିଡାଣ୍ଟ ଓ ଭିଟାମିନ୍ ସି ମଧ୍ୟ ମିଳିଥାଏ । ବ୍ରୁସେଲସ୍ ସ୍ପ୍ରାଉଟ୍ ସେବନ କରିବା ଦ୍ୱାରା ଆପଣଙ୍କୁ ଭଲ ପ୍ରୋଟିନ୍ ମିଳିବ । 

ପାଳଙ୍ଗ

ରୋଷେଇ ହୋଇଥିବା ପାଳଙ୍ଗ ଶାଗରେ ଭରପୁର ମାତ୍ରାରେ ପ୍ରୋଟିନ ମିଳିଥାଏ । ପାଳଙ୍ଗରେ ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ , ଭିଟାମିନ୍ ଏ ଥାଏ । ପାଳଙ୍ଗରେ ଆପଣ ସୁପ୍, ପାସ୍ତା, ସ୍ମୁଦି ଆଦି ବନେଇ ଖାଇ ପାରିବେ । 

ବ୍ରୋକୋଲି

ବ୍ରୋକୋଲି ପ୍ରତି କପ୍ ପିଛା 4 ଗ୍ରାମ୍ ପ୍ରୋଟିନ୍ ମିଳିବ । ପୋଷ୍ଟିକ ଆହରର ଏହା ପାୱାର ହାଉସ୍ । ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ, ଭିଟାମିନ୍ ସି, ଫାଇବର୍ ରହିଛି । 

ମଟର


ଡାଏଟିସିଆନଙ୍କ ଅନୁଯାୟୀ ଏକ କପ୍ ଡାଲିରେ ପ୍ରାୟ 18 ଗ୍ରାମ୍ ପ୍ରୋଟିନ୍ ରହିଛି । ଏଥିରେ ଭରପୁର ମାତ୍ରାରେ ଫାଇବର୍, ଆଇରନ, ମିଳିଥାଏ । ଆପଣ ଏହାକୁ ସୁପ୍, ଷ୍ଟ୍ୟୁ , ସାଲାଡ୍ ଆକାରରେ ଖାଇ ପାରିବେ । 

ବିଧାୟକଙ୍କ
ବିଧାୟକଙ୍କ PSO ଦେଇଥିବା ମାମଲା ନେଲା କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଘାଣ୍ଟିବ କ୍ରାଇମ୍‌ବ୍ରାଞ୍ଚ ।କ୍ରାଇମବ୍ରାଞ୍ଚକୁ ତଦନ୍
ଜାମିନ୍
ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?
କିଏ କହୁଛି ସତ। ଭବ ପ୍ରକାଶ ଦାସ ଓରଫ ଲଲ ଦାସଙ୍କ ଓକିଲ ପୂର୍ଣ୍ଣ ଚନ୍ଦ୍ର ଦେଓ । ନା ବିଧାୟକ ହିମାଂଶୁ ସାହୁଙ୍କ ଓକିଲ ରଘୁନାଥ ଦାସ। ଶନିବାର ବିରଜା ହାଟରେ ବ୍ୟବସାୟୀଙ୍କୁ ଧମକ ଦେବା ଓ ମାଡ
ରାଜ୍ୟ ସରକାର
ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: କୂଳପତି ଓ ପ୍ରଫେସର ଚୟନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତତ୍ତା ଫେରାଇବା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି। ଓଡ଼ିଶ
‘ସୁଭଦ୍ରା’ ଟଙ୍କା
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକ
ପ୍ରଧାନମନ୍ତ୍ରୀ
୨୦୩୬ ବେଳକୁ ଓଡ଼ିଶାକୁ ଦେଶର ସଶକ୍ତ ଓ ସମୃଦ୍ଧ ରାଜ୍ୟ କରିବାକୁ ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍