କେତେ ତାପମାତ୍ରା ସହିପାରେ ମଣିଷ ଶରୀର ଜାଣନ୍ତି କି ?
by Argus News
Mon, May 27 | 5:14 p.m.

ଅର୍ଗସ ବ୍ୟୁରୋ:  ଭାରତର ଅନେକ ରାଜ୍ୟରେ ଭୀଷଣ ତାତି ଅନୁଭୂତ ହେଉଛି। ଉତ୍ତର ଭାରତରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ହିଟଓ୍ୱେଭ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଅନେକ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଅଧିକ ରହୁଛି। ରାଜସ୍ଥାନର ଫଲୋଦିରେ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ପହଞ୍ଚିଗଲାଣି। ଏସବୁ ଦେଖି ପ୍ରଶ୍ନ ଆସୁଛି କି ମଣିଷ ଶରୀର କେତେ ତାମପାତ୍ରା ସହିପାରିବ ? ତାପମାତ୍ରା କେତେ ଲେବୁଲ ହେବା ପରେ ମୃତ୍ୟୁ ହୋଇପାରେ।

ମଣିଷ ଶରୀରର ତାପମାତ୍ରା ୯୮.୬ ଡିଗ୍ରୀ ଫାରେନ୍ହାଇଟ୍  କିମ୍ୱା ୩୭ ଡିଗ୍ରୀ ସେଲସିୟସ ପାଖାପାଖି ହୋଇଥାଏ। ଇଂଲଣ୍ଡର ରୋହମ୍ପଟନ୍ ବିଶ୍ୱବିଦ୍ୟାଳୟରେ ଏକ ରିସର୍ଚ୍ଚ ଅନୁସାରେ, ହ୍ୟୁମାନ ବଡି ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସହିପାରେ। ୪୦ ଡିଗ୍ରୀ ସେଲସିୟସ ପରେ ଶରୀର ତାପମାତ୍ରା ସହ୍ୟ କରିବାର କ୍ଷମତା ହରାଇଥାଏ। କୁହାଯାଏ କି ୪୦ ଡିଗ୍ରୀ ସେଲସିୟସ ହ୍ୟୁମାନ ବଡି ପାଇଁ ରେଡ୍‌ ସିଗନାଲ। ଏତେ ତାପମାତ୍ରାରେ ଆମ ଚର୍ମରୁ ଝାଳ ଅତି ଶୀଘ୍ର ବାଷ୍ପୀଭୂତ ହେବାକୁ ଲାଗେ ।

ଯେତେବେଳେ ଶରୀରର ତାପାମତ୍ରା ନର୍ମାଲ ଟେମ୍ପରେଚରଠାରୁ ଅଧିକ ହୋଇଯାଏ, ସେତେବେଳେ ଶରୀରର ମେଟାବୋଲିକ୍ ହାର ବହୁତ ବଢ଼ିଥାଏ। କାହିଁକିନା ଆମ ବଡିକୁ ନର୍ମାଲ ଟେମ୍ପରେଚର ମେଣ୍ଟେନ କରିବା ପାଇଁ ଅଧିକ ଏନର୍ଜି ଖର୍ଚ୍ଚ କରିବା ପାଇଁ ପଡିଥାଏ।  ଡାକ୍ତରୀ ଭାଷାରେ ଏହାକୁ 'ଉତ୍ତାପ ଚାପ ପରିଚାଳନା' କୁହାଯାଏ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021