ପାଣି କମ ପିଉଥିଲେ ସାବଧାନ ! ହୋଇପାରେ ଏହି ସବୁ ସମସ୍ୟା...
by Argus News
Thu, Apr 18 | 6:20 p.m.

ଅର୍ଗସ ବ୍ୟୁରୋ : ପାଣି କମ ପିଉଛନ୍ତି କି ? ତାହେଲେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଖରାଦିନେ ପାଣି ସଠିକ ପରିମାଣରେ ନପିଇଲେ ଏହା ଶରୀରରେ ଅନେକ ପ୍ରକାର ସମସ୍ୟ ସୃଷ୍ଟି କରିଥାଏ । ହୁଏତ ଏହା ଆପଣଙ୍କୁ ସାଧାରଣ ଜିନିଷ ଲାଗିପାରେ, କିନ୍ତୁ ଅନେକ ଡାକ୍ତର ଏପରି ପରାମର୍ଶ ଦେଇଛନ୍ତି , ଯେ ଯଦି ଆପଣ ପାଣି ସଠିକ ଭାବେ ପିଉନାହାନ୍ତି, ତେବେ ଆଫଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । ତେବେ ଜାଣନ୍ତୁ ଗୋଟେ ସାଧାରଣ ମଣିଷକୁ ଦିନରେ କେତେ ପାଣି ପିଇବା ଦରକାର । 

ଦିନକୁ ଦିନ ବଢିବାରେ ଲାଗିଛି ତାତି । ବାହାରକୁ ବାହାରିବା ବି ମୁସ୍କିଲ ହୋଇ ପଡୁଛି । ଏହି ସମୟରେ ସମସ୍ତେ ଡିହାଇଡ୍ରେସନ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ନିଶ୍ଚିତ ଦରକାର । କାରଣ ପ୍ରବଳ ଖରା ଯୋଗୁଁ ଝାଳ ବାହାରିବା ଦ୍ବାରା ଦେହରୁ ଜଳୀୟ ଅଂଶ କମି ଯାଇଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଦରକାର । ପାଣି ପିଇବା ଦ୍ବାରା କିଡନୀ ଷ୍ଟୋନ ଜନିତ ସମସ୍ୟା ଦୂର ହୋଇଥାଏ । 

ଅଧିକ ପଢନ୍ତୁ : ଖରା ଦିନରେ ନିଜ ଶରୀରକୁ ହାଇଡ୍ରେଟ୍ କେମିତି ରଖିଵେ ?

ପ୍ରତ୍ୟେକ ଦିନ ଆପଣ ବାହାରକୁ ବାହାରିବା ସମୟରେ ଛତା , ସହ ପାଣି ବୋତଲ ନିଶ୍ଚିନ୍ତ ନିଅନ୍ତୁ । ଆଉ ବ୍ୟସ୍ତ ଭିତରେ ନିଜର ପାଣି ପିଇବା କଥା ଆଦୌ ଭୁଲନ୍ତୁ ନାହିଁ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ