ଆଜି ବିଶ୍ୱ ବନ୍ୟ ପ୍ରାଣୀ ଦିବସ ହେଲେ କେତେ ସୁରକ୍ଷିତ ବନ୍ୟପ୍ରାଣୀ ?
by Argus News
Sun, Mar 03 | 6:09 p.m.

ନୂଆପଡା:  ଆଜି ବିଶ୍ୱ ବନ୍ୟ ପ୍ରାଣୀ ଦିବସ ହେଲେ କେତେ ସୁରକ୍ଷିତ ଓଡିଶାର ବନ୍ୟପ୍ରାଣୀ । ବନ ବିଭାଗର ଅବହେଳା ଯୋଗୁଁ ସୀମାନ୍ତରେ ବଢୁଛି ବଜ୍ରକାପ୍ତା ଚୋରା ଚାଲାଣ । ନୂଆପଡା ଜିଲ୍ଲାରୁ 4 ମାସରେ 3 ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ l ନୂଆପଡା ଜିଲ୍ଲାର ସୁନାବେଡ଼ା ଅଭୟାରଣରେ ଅଧିକ ସଂଖ୍ୟାରେ ବଜ୍ରକାପ୍ତା ରହିଛି ଏହାର ସୁଯୋଗ ନେଇ ସୀମାନ୍ତ ଛତିଶଗଡର ମାଫିଆମାନେ ଚୋରା ଚାଲାଣ କରିବାରେ ମାତିଛନ୍ତି । 

ବର୍ଷକରେ ଖଡ଼ିଆଳ ବନଖଣ୍ଡ ଅଧୀନର ସୀମାନ୍ତ ସିନାପାଲି ରେଞ୍ଜ, ଖଡ଼ିଆଳ ରେଞ୍ଜ ଅଞ୍ଚଳରୁ ଚୋରା ଚାଲାଣ ସମୟରେ 3 ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନ ବିଭାଗ । ଠିକ ସେହିଭଳି ଖଡ଼ିଆଳ ବନଖଣ୍ଡ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ମଧ୍ୟ ଅନେକ ସମୟରେ ଜବତ ହେଉଛି ।  ଜିଲ୍ଲାର ସୁନାବେଡ଼ା ଅଭୟାରଣରେ ମଧ୍ୟ ଅସୁରକ୍ଷିତ ବାଘ ଏବଂ ଅନ୍ୟାନ୍ୟ ବନ୍ୟ ପ୍ରାଣୀ । ବନ ବିଭାଗର ଅବହେଳା ପାଇଁ ଦିନକୁ ଦିନ ଚୋରା ଚାଲାଣ ବଢୁଥିବା ଅଭିଯୋଗ ହେଉଥିବା ବେଳେ ଓଡିଶା ବନ ବିଭାଗ ପାଖେ ଖବର ନ ଥିବାବେଳେ ଛତିଶଗଡ ବନ ବିଭାଗ ପାଖେ ଖବର ରହୁଥିବା ଘଟଣା ଅଞ୍ଚଳବାସୀଙ୍କୁ ଆଚମ୍ବିତ କରୁଛି ।
 

ଉଚ୍ଚ ଜୁଆର
30m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
34m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ