ଥଣ୍ଡା ଦିନରେ କେମିତି ନିଜ ଶରୀରକୁ ରଖିବେ ସୁସ୍ଥ
by Argus News
Thu, Nov 23 | 4:16 p.m.

ଅର୍ଗସ ବ୍ୟୁରୋ: ଥଣ୍ଡା ଦିନରେ ଆପଣ କେତେବେଳେ ବି ବେମାର ହୋଇପାରନ୍ତି। ଏଥିପାଇଁ ଆପଣଙ୍କୁ ନିଜର ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆଉ ନିଜ ଡାଏଟ ପ୍ରତି ମଧ୍ୟ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏବେ ଏବେ ଥଣ୍ଡା ଅଧିକ ପଡ଼ିଲାଣି। ଏହାସହ ଚାରିଆଡେ ଥଣ୍ଡା ଏବଂ ସର୍ଦ୍ଦି ଭଳି ଭାଇରାଲ ଇନଫେକ୍ସନ ଭଳି ମାତ୍ରା ବଢ଼ିବାରେ ଲାଗିଛି। ପାଗ ପରିବର୍ତ୍ତନ ହେବା କାରଣରୁ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି। ଯଦି କାହାର ରୋଗ ପ୍ରତିରୋଧକ ଶକ୍ତି କମିଯାଇଛି ଏବଂ ବାରମ୍ବାର ଦେହ ଅସୁସ୍ଥ ହେଉଛି ତାହାଲେ ଆମେ ଆପଣଙ୍କୁ କିଛି ସହଜ ଉପାୟ ବତାଇବୁ ଯଦ୍ବାରା ଆପଣ ସୁସ୍ଥ ରହିବେ। ଶୀତଦିନେ ସକାଳେ ପ୍ରତିଦିନ ଯେଗା ଏବଂ ପ୍ରାଣାୟାମ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ତେବେ ଇମ୍ୟୁନିଟି ବଢ଼ାଇବା ଲାଗି ଆପଣଙ୍କୁ ଆପଣଙ୍କ ଡାଏଟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ତେବେ ଡାଏଟରେ ଏହି ସବୁ ସାମିଲ କରନ୍ତୁ। 
ଅଦା-ରସୁଣ
ଅଦା-ରସୁଣ ଖାଇବାରେ ସାମିଲ କରିବା ଦ୍ବାରା ଆପଣଙ୍କ ଡିସର ସ୍ବାଦ ବଢ଼ିବା ସହ ଶରୀରକୁ ଥଣ୍ଡାର ମାତ୍ରା କମାଇଥାଏ। ଅଦାରସୁଣରେ ଆଣ୍ଟି ଭାଇରାଲ ଶକ୍ତି ଅଧିକ ରହିଛି। 
ଗୋଲମରିଚ 
ଗୋଲମରିଚ ଏକ ଷ୍ଟ୍ରଙ୍ଗ ମସଲା। ଏହାକୁ କଳା ମରିଚ ବୋଲି କୁହାଯାଏ। ଏଥିରେ ଔଷଧୀୟ ଗୁଣ ଭରପୁର ରହିଛି। ଖାଦ୍ୟରେ ଗୋଲମରିଚ ପଡ଼ିଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ। ଗୋଲମରିଚ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। 
ଲେମନଗ୍ରାସ
ଲେମନଗ୍ରାସ ଏକ ଛୋଟ ଗଛ ହୋଇଥାଏ। ଏଥିରେ ମଧ୍ୟ ଔଷଧୀୟ ମାତ୍ରା ଭରପୁର ରହିଛି। ଗଣ୍ଠି ଦରଜ ହେଲେ ପ୍ରାୟତଃ  ଏହି ଲେମନଗ୍ରାସକୁ ବ୍ୟବହାର କଲେ ଉପଶମ ମିଳିଥାଏ। ଏଥିରେ ଅନ୍ତର୍ନିହିତ ହର୍ବାଲ ଗୁଣ ଯୋଗୁ ଏହାକୁ ଡାଏଟରେ ସାମିଲ କରିବା ନିତାନ୍ତ ଜରୁରୀ। ଏହା ଏକ ଆଣ୍ଟିଅକ୍ସିଡାଣ୍ଟ ଭଳି କାମ କରିଥାଏ। ଯାହା ବ୍ୟାକ୍ଟେରିଆ ଏବଂ ଇଷ୍ଟର ଗ୍ରୋଥକୁ କମାଇ କଫ ଜନିତ ସମସ୍ୟାରେ ଉପଶମ ଦେଇଥାଏ। ଏହାକ ସବୁବେଳେ ସେବନ କଲେ ଜ୍ବର ମଧ୍ୟ ହୋଇ ନ ଥାଏ ଏବଂ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।
ଖଟା ଫଳ/ସାଇଟ୍ରସ ଫ୍ରୁଟ
ଏମିତି ତ ସବୁ ଫଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। କାରଣ ଫଳରେ ଭିଟାମିନ ସି, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଏନଜାଇମରେ ଭରପୁର ହୋଇଥାଏ। ଯାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଫଳ ସେବନ କରିବାଦ୍ବାରା ପାଚନ ପ୍ରକ୍ରିୟା ଭଲ ହୋଇଥାଏ। ଖଟା ଫଳ ସେବନ କରିବା ଦ୍ବାରା ଇମ୍ୟୁନିଟି ଖୁବ ଶୀଘ୍ର ବଢ଼ିଥାଏ। ସେହିପରି ସୁପ ଏବଂ ଓଟ ମିଲ ମଧ୍ୟ ଦେହ ପାଇଁ ଭାରି ଭଲ। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021