କେମିତି ହେଲା ମା' ବୈଷ୍ଣୋ ଦେବୀଙ୍କ ଜନ୍ମ?
by Argus News
Wed, Apr 24 | 6:28 p.m.

ଅର୍ଗସ ବ୍ୟୁରୋ : ଦେବୀଙ୍କ ପାଇଁ ବନିଛି ଏହି ମନ୍ଦିର । ଏଠାରେ ଦେବୀ ମା' ନିଜ ପାଦ ଚିହ୍ନ ଛାଡି ଯାଇଛନ୍ତି । ସମୁଦ୍ରସ୍ଥଳରୁ ୫୨ ଶହ ଫୁଟ ଉଚ୍ଚତାରେ ରହିଛି ଏହି ମନ୍ଦିର ଆଉ ଏଠାରେ ପହଞ୍ଚିବା ପାଇଁ ୧୨ କିଲୋମିଟରର ପାଦରେ ଚାଲି ଚାଲି ଯିବାକୁ ପଡିଥାଏ। ଆଉ କୁହାଯାଏ ଯିଏ ଏହି କଠିନ ରାସ୍ତା ପାର କରି ମନ୍ଦିରର ଗର୍ଭ ଗୃହରେ ପହଞ୍ଚିଯାଏ ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ  ତାର ମୁକ୍ତିର ସବୁ ଦ୍ୱାର ଖୋଲିଯାଇଥାଏ । ଏହା ହେଉଛି ୫୧ଟି ଶକ୍ତି ପୀଠ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ଏବଂ ଜାଗ୍ରତ ପୀଠ ମା' ବୈଷ୍ଣୋ ଦେବୀଙ୍କ କଥା। ଏହା ଜମ୍ମୁର ତ୍ରିକୁଟ ପର୍ବତର ଶୀର୍ଷରେ ଅବସ୍ଥିତ। ମାଁଙ୍କ ମହିମା ବିଷୟରେ କିଏ ନଜାଣିଛି ? କିନ୍ତୁ କଣ ଆପଣ ଜାଣିଛନ୍ତି ବୈଷ୍ଣୋ ଦେବୀଙ୍କ ଜନ୍ମ କେବେ ଏବଂ କେମିତି ହୋଇଛି ?

 

ମାନ୍ୟତା ଅନୁସାରେ ମା' ବୈଷ୍ଣୋ ଦେବୀଙ୍କ ଜନ୍ମ ଦକ୍ଷିଣ ଭାରତରେ ରତ୍ନାକର ନାମକ ଜଣେ ବ୍ରାହ୍ମଣଙ୍କ ପରିବାରରେ ହୋଇଥିଲା । ରତ୍ନାକର ଏବଂ ତାଙ୍କ ପତ୍ନୀ ମାତା ଶକ୍ତିଙ୍କର ଭକ୍ତ ଥିଲେ | ସେ ସବୁବେଳେ ମାତା ଶକ୍ତିଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ପୂଜା କରୁଥିଲେ । ତାଙ୍କ ପ୍ରାର୍ଥନା ଶୁଣି ମା' କାଳୀ, ମା' ଲକ୍ଷ୍ମୀ ଏବଂ ମା' ସରସ୍ବତୀ ନିଜର ଶକ୍ତି ବ୍ୟବହାର କରି ଏକ ଦିବ୍ୟ ଶକ୍ତିର ସଞ୍ଚାର କରିଥିଲେ। ଯେଉଁଥିରୁ ମା' ବୈଷ୍ଣୋ ଦେବୀଙ୍କ ଜନ୍ମ ହେଲା । 

ସେବେ ତିନି ମାତା ବୈଷ୍ଣୋ ଦେବୀଙ୍କୁ କହିଲେ କି ସେ ରତ୍ନାକରଙ୍କ ଘରେ ଜନ୍ମ ନିଅନ୍ତୁ ଏବଂ ନିଜ ଜୀବନକୁ ଧର୍ମର ରାସ୍ତାରେ ଅତିବାହିତ କରନ୍ତୁ । ମା' ବୈଷ୍ଣୋ ଦେବୀ ତାଙ୍କ କଥା ମାନି ଠିକ ସେହିଭଳି କରିଥିଲେ । ସେ ରତ୍ନାକରଙ୍କ ଘରେ ଜନ୍ମ ନେଲେ ଯେଉଁଠି ତାଙ୍କ ନାମ ବୈଷ୍ଣବୀ ରଖା ଗଲା। ଏହିଭଳି ଭାବେ ହୋଇଥିଲା ମା' ବୈଷ୍ଣୋ ଦେବୀଙ୍କ ଜନ୍ମ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
 

LOW PRESSURE
30m ago
ନିର୍ବାଚନରେ ବାଧକ ସାଜିପାରେ ବର୍ଷା...
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍
ADR REPORT
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି