ଦଦରା ଘରେ ରାଜ୍ୟର ଭବିଷ୍ୟତ ନିର୍ମାଣ ହେବ କିଭଳି?
by Argus News
Mon, Oct 28 | 6:28 p.m.

ଅର୍ଗସ ବ୍ୟୁରୋ:   ବିଜୁ ପଟ୍ଟନାୟକ ଙ୍କ ଅମଳ ର ଏ ବିଦ୍ୟାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ 2-7-1990 ମସିହାରେ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କ ପ୍ରତୋକ୍ଷ ତତ୍ତ୍ଵାବଧାନରେ ବୁରାତାଲ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗୁଡିପଦର ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା,ଦୀର୍ଘ 34 ବର୍ଷ ର ବିଦ୍ୟାଳୟ, ଏବେ ଏପରି ଅବେବସ୍ଥା ଭିତରେ କହିଲେ ନସରେ । ଭଙ୍ଗା ଆଜବେଷ୍ଟସ ଓ ଭଙ୍ଗା ଟିଣ ତଳେ  ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ନବୀନ ପଟ୍ଟନାୟକଙ୍କ ଅମଳରେ ବିଦ୍ୟାଳୟ ର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟସରକାର 5T ଯୋଜନା ମାଧ୍ୟମରେ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରିଦେଲେ କିନ୍ତୁ ଆଜି ବି ଗୁଡିପଦର ପ୍ରାଥମିକ ବିଦ୍ୟାଳୟ ର ଭୈଗଳିକ ଅବସ୍ଥିତି ରେ କୈ।ଣସି ପରିବର୍ତ୍ତନ ଆସିନାହିଁ । ବର୍ଷା ହେଲେ ଶ୍ରେଣୀ ଗୃହରେ ପାଣି ପଡ଼େ ବର୍ଷା ପାଣି ପଡ଼ିଲେ ଅଧାରୁ ପାଠପଢ଼ା ବନ୍ଦ ହୋଇଯାଏ । ବହି ବସ୍ତାନୀ ଧରି ଘର ବାହୁଡ଼ନ୍ତି ପିଲେ,। ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ତ ଦୂର ଶୈ।ଚାଳୟ ସୁବିଧା ମଧ୍ୟ ନାହିଁ ..ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେଉଛି ।

ବର୍ଷା ଦିନ ରେ ଭଙ୍ଗା ଦଦରା ଅବସ୍ଥାରେ ଥିବା  ରୋଷେଇ ଘର ଯୋଗୁଁ ପିଲା ଙ୍କ ମଧ୍ୟାହ୍ନ ଭୋଜନରେ ବି ଅନେକ ଅସୁବିଧାହୁଏ, ଏଣୁ ଅଧା କିଲୋ ମିଟର ଦୂରରୁ ପାଣି ଆଣି ସ୍କୁଲ ହେଲ୍ପର ନିଜ ଘରେ ରୋଷେଇ କରିଆଣି ଖାଇବାକୁ ଦିଅନ୍ତି । ଖୋଲା ଆକାଶ ତଳେ କିମ୍ବା ଟିଣ କୋଠରୀ ରି ସ୍କୁଲ ଘରେ ବସି ପିଲେ ଖାଉଥିବାର ଦୃଶ୍ୟ ଭାରି ଅରୁଚିର ଲାଗେ ।  ବର୍ତମାନ ସରକାର ବଦଳିଛି  ମୋହନ  ସରକାର ଉପରେ ଭରସା ଅଛି,ସ୍ଥିତି ବଦଳିବ ବୋଲି କହିଛନ୍ତି ଗ୍ରାମବାସୀ ।ପୂର୍ବ ସରକାର ଅମଳରେ 5T ନାଁ କେବଳ ଦୁର୍ନୀତି ହେଲା, ପିଲାଙ୍କ ଭବିଷ୍ୟତ ଗଢ଼ିବା ବଦଳରେ ଭବିଷ୍ୟତ କୁ ନଷ୍ଟ କରାଗଲା । ଆଶା  ନୂତନ ସରକାରରେ ସମୟ ବଦଳିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

C-295 ଏୟାରକ୍ରାପ୍ଟ
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ