ଗୁଜରାଟରେ ଜଳ ପ୍ରଳୟ, ରାସ୍ତା ପାଲଟିଛି ସମୁଦ୍ର
by Argus News
Wed, Aug 28 | 8:08 a.m.

ଅର୍ଗସ ବ୍ୟୁରୋ:  ଗୁଜରାଟରେ ଜଳ ପ୍ରଳୟ । ରାସ୍ତା ପାଲଟିଛି ସମୁଦ୍ର । ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ଜଳ ସ୍ତର ବିପଦ ସଂକେତ ଛୁଇଁଛି । IMD ପକ୍ଷରୁ ରାଜ୍ୟର 28 ଜିଲ୍ଲାରେ ରେଡ ଆଲର୍ଟ ଓ 6 ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଅହମ୍ମଦାବାଦରୁ ସୁରଟ ଯାଏ ସବୁଠି ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ରାଜପଥରେ ଆଣ୍ଠୁଏ ଉଚ୍ଚ ପାଣି ଜମିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ  ପ୍ରବଳ ବର୍ଷା ଫଳରେ ଅନେକ ତଳୁଆ ଅଞ୍ଚଳ ଜଳମଗ୍ନ ହୋଇଛି । ମୋରବୀର ଟଙ୍କାରାରେ ସର୍ବାଧିକ 14 ଇଞ୍ଚ ବର୍ଷା ରେକର୍ଡ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ସ୍ତରୀୟ ବୈଠକ କରାଯାଇ ବର୍ଷା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ଷା ପ୍ରଭାବିତ 14 ଜିଲ୍ଲାରେ  13ଟି NDRF ଓ 22ଟି SDRF ଟିମ୍ ମୁତୟନ କରାଯାଇଛି । ପାଣିପାଗ ବିଭାଗ ଆଲର୍ଟ ଜାରି କରିବା ପରେ ଆଜି ଗୁଜରାଟର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଅଧିକ ପଢ଼ନ୍ତୁ ଦେଶ ଖବର: 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର