ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି କର୍ମୀ  
by Argus News
Mon, Feb 05 | 3:21 p.m.

ବ୍ରହ୍ମପୁର:  ବିଜେଡିକୁ ଶକ୍ତ ଝଟକା । ଯେଉଁ ଗାଁ ନିର୍ବାଚନ ମଣ୍ଡଳୀର ବିଜେଡିର ଗଡ଼ ବୋଲି କୁହାଯାଉଥିଲା । ସେହି ଗାଁରେ ବିଜେପିରେ ମିଶିଲେ ଶତାଧିକ ବିଜେଡ଼ି କର୍ମୀ । ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନେତୃତ୍ବରେ କୋଟିଲିଙ୍ଗି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ । ପ୍ରଥମେ କୋଟିଲିଙ୍ଗି ପଞ୍ଚାୟତ ଛକରୁ ଏକ ବିଶାଳ ଶୋଭଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ଏହି ଶୋଭଯାତ୍ରାରେ ହଜାର ହଜାର କର୍ମୀ ମାନେ ସାମିଲ ହୋଇ ଗାଁ ପରିକ୍ରମା କରିଥିଲେ। ପରେ କୋଟିଲିଙ୍ଗି ପଞ୍ଚାୟତ ସମେତ ଆଖପାଖ ଗାଁର ପ୍ରାୟ ୧୫୦ରୁ ଅଧିକ ବିଜେଡ଼ି ନେତା ଓ କର୍ମୀ ବିଜେପିରେ ମିଶିଥିଲେ । ଆସନ୍ତା ୨୦୨୪ ନିର୍ବାଚନରେ ଚିକିଟି ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟିବ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର ଓ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ