ପେଟ ପାଇଁ ବାହାର ରାଜ୍ୟକୁ ପ୍ରତିଦିନ ଯାଉଛନ୍ତି ଶହ ଶହ ଦାଦନ
by Argus News
Fri, May 10 | 3:07 p.m.

ଭୁବନେଶ୍ୱର: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା। ନିଜ ଅଞ୍ଚଳରେ କାମ ନଥିବାରୁ ପେଟ ପାଇଁ ପ୍ରତିଦିନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶହ ଶହ ଓଡ଼ିଆ। ଆନ୍ଧ୍ର ଓ ତେଲେଙ୍ଗାନାକୁ ଯାଉଛନ୍ତି କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରିର ଯୁବକ। କର୍ମ ଓ ରୋଜଗାର ଅଭାବରୁ ମାଲକାନଗିରି ବଣ୍ଡା ଘାଟିର ଶହ ଶହ ଯୁବକ ଯୁବତୀ ମଧ୍ୟ ଏବେ ପଡ଼ୋଶୀ ରାଜ୍ୟ ମୁହାଁ। 

୨୫ ବର୍ଷର ସରକାର ହେଲେ ଲୋକଙ୍କୁ କିଛି ଦେଇନାହିଁ । ଏକଥା ଆମେ କହୁନୁ । କହୁଛନ୍ତି ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଏ ବୟସ୍କ ବ୍ୟକ୍ତି ଜଣଙ୍କ । 326 ନମ୍ବର ଜାତୀୟ ରାଜପଥ ଯାହା ଉପାନ୍ତ ମାଲକାନଗିରି ଜିଲ୍ଲା ଦେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ସଂଯୋଗ ହୋଇଛି । ରାଜପଥ ଖୋଲିବା ପରେ ମାଲକାନଗିରି ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି ସତ । କିନ୍ତୁ ଏହି ରାଜପଥ ଏବେ ଓଡ଼ିଶା ପାଇଁ ଏକ ଅଘୋଷିତ ବିପଦ ସୃଷ୍ଟି ହେବାକୁ ଯାଉଛି । କାରଣ ଏବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଉଥିବା ବସ୍‌ ଗୁଡ଼ିକରେ ପ୍ରତିଦିନ ଦାଦନ ଖଟିବାକୁ ଯାଉଛନ୍ତି ଯୁବକମାନେ । କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରୁ ପ୍ରତିଦିନ ପ୍ରାୟ ୧୫ରୁ ୨୦ ଜଣ ଯୁବକ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ଯାଉଛନ୍ତି । 

ନୂଆ ଓ କାର୍ଯ୍ୟକ୍ରମ ଆରମ୍ଭ କରି ରାଜ୍ୟ ସରକାର ବର୍ଷକୁ 1 ଲକ୍ଷ ଶିକ୍ଷିତ ଯୁବକଙ୍କୁ ରୋଜଗାର ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ ଘୋଷଣା ପରେ ସତେ ଯେମିତି ଏହି ଯୋଜନା ନାଲି ଫିତା ତଳେ ଚାପି ହୋଇରହିଯାଇଛି । ଯେଉଁଥିପାଇଁ ଏବେ ରାଜ୍ୟର ହଜାର ହଜାର ଶିକ୍ଷିତ ଯୁବକ କାମ ପାଇଁ ପଡ଼ୋଶୀ ରାଜ୍ୟକୁ ଯାଉଛନ୍ତି । ସେଇଭଳି କର୍ମ ଓ ରୋଜଗାର ଅଭାବରୁ ମାଲକାନଗିରି ବଣ୍ଡା ଘାଟିର ଶହ ଶହ ଯୁବକ ଯୁବତୀ ମଧ୍ୟ ଏବେ ପଡ଼ୋଶୀ ରାଜ୍ୟ ମୁହାଁ । ନାବାଳିକା ଓ ନାବାଳକ ବି ଅଧାରୁ ପାଠ ଛାଡି ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡିବାର ନଜିର ରହିଛି ।  ଇଏ ତ ଭାତହାଣ୍ଡିରୁ କେତୋଟି। ଦିନ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଦାଦନ ଯନ୍ତ୍ରଣାର ଏମିତି ମାଳ ମାଳ କାହାଣୀ । ଏହାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍