ଦଳୀୟ ନିଷ୍ପତି ପୁନର୍ବିଚାର ହେଉ, ନଚେତ୍...
by Argus News
Thu, Apr 18 | 4:41 p.m.

ପୁରୀ: ବିଜେଡି ଟିକେଟ କଟିବା ପରେ ଏକାଠି ହେଲେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଶତାଧିକ ସମର୍ଥକ I ଆସନ୍ତା ଶନିବାର ସମର୍ଥକଙ୍କ ଏକ ବିଶାଳ ସମାବେଶ ଯୋଜନା । ଦଳୀୟ ନିଷ୍ପତି ପୁନର୍ବିଚାର ନହେଲେ ବିଜେଡିରୁ ସାମୂହିକ ଇସ୍ତାଫା ଧମକ ଦେଲେ ସମର୍ଥକ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମାପଡା ବିଧାନସଭା ଆସନ ପାଇଁ ଦିଲୀପ ନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ନାଁ ଘୋଷଣା କରିବା ପରେ ନିମାପଡ଼ା ବିଜେଡିରେ ବିଦ୍ରୋହର ପ୍ରତିଧ୍ବନି । 

ଆଜି ନିମାପଡାର ଏକ ଘରୋଇ କଲ୍ୟାଣ ମଣ୍ଡପରେ ସମୀର ଓ ତାଙ୍କ ସମର୍ଥକ ଭବିଷ୍ୟତ ରଣନୀତି ପାଇଁ ଏକ ବୈଠକରେ ଏକାଠି ହୋଇଥିଲେ । ଏହି ବୈଠକରେ ଦଳ ତାର ନିଷ୍ପତିର ପୁନର୍ବିଚାର ପାଇଁ ସମୀର ଓ ତାଙ୍କ ସମର୍ଥକ ଦଳୀୟ ନେତୃତ୍ବଙ୍କୁ ଅନୁରୋଧ କରିଥିଲେ । 

ଆସନ୍ତା ଶନିବାର ଦିନ ସମୀରଙ୍କ ସମର୍ଥକମାନେ ଏକ ବିଶାଳ ସମାବେଶର ଆୟୋଜନ କରି ତାଙ୍କ ଶକ୍ତି ପ୍ରଦର୍ଶନ କରିବେ । ଦଳ ଯଦି ନିଷ୍ପତିର ପୁନର୍ବିଚାର ନ କରେ ତେବେ ତାଙ୍କର ଶହ ଶହ ସମର୍ଥକ ସାମୂହିକ ଇସ୍ତାଫା ଦେବେ ବୋଲି ଧମକ ଦେଇଛନ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ