ସ୍ତ୍ରୀ ର ଗଳା ଉପରେ ଚଢି ହତ୍ୟା କଲା ସ୍ବାମୀ
by Argus News
Wed, Mar 27 | 8:43 p.m.

ନବରଙ୍ଗପୁର : ସ୍ତ୍ରୀ ର(ଗଳା) ଉପରେ ଚଢିଗଲା ରାକ୍ଷସ ସ୍ୱାମୀ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦୀର୍ଘଦିନ ଧରି ପାଟିତୁଣ୍ଡ ଲାଗିରହିଥିଲା।ସ୍ତ୍ରୀ ଶୋଇଥିବା ଅବସ୍ଥାରେ ସ୍ତ୍ରୀର ତଣ୍ଟି ଉପରେ ଗୋଡ଼ ରଖି ଚଢିଯାଇଥିଲା ସ୍ୱାମୀ ଫଳରେ ସ୍ତ୍ରୀ ର ମୃତ୍ୟୁ ହୋଇଯାଇଅଥିବା ନେଇ ଝରୀଗାଁ ଥାନାରେ ଅଭିଯୋଗ କଲା ମୃତକ ର ଭାଇ।ଘଟଣାଟି ହେଉଛି ଝରୀଗାଁ ବ୍ଲକ ବେଲଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ମହଣ୍ଡି ଗ୍ରାମର। ଅଭିଯୋଗ ପ୍ରକାରେ କୁସୁମୀ ଗ୍ରାମର ଦଶମୁ ହରିଜନ ତାଙ୍କ ପତ୍ନୀ ରଦମା ହରିଜନକୁ ବିନା କାରଣରେ ମଦ ପିଇ ଘରକୁ ଆସି ମାରପିଟ କରି ଘରୁ ବାହାର କରିଦେଉଥିଲା । ଯେଉଁଥିପାଇଁ ରଦମା ବେଳେ ବେଳେ ମା ଘରକୁ ଚାଲିଯାଏ।ସେଭଳି ଗତ 9 ତାରିଖ ଦିନ ରଦମା କୁ ନିସ୍ତୁକ ମାଡ଼ ମାରିଥିବା ବେଳେ ରଦମା ଅଣନିଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲା।ସାହିପାଡିଶା ଲୋକେ ରଦମାକୁ ଉଦ୍ଧାରକରୀ ତାଙ୍କ ଭାଇ ଏବଂ ମା ଙ୍କୁ ଖବର ଦେବାରୁ , ଖବର ପାଇ ମହଣ୍ଡିରୁ ରଦମା ର ମା ଏବଂ ଭାଇ ରଦମା କୁ 108ସହାୟତାରେ ନେଇ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା କରାଇଥିଲେ ରଦମା କୁ ସୁସ୍ଥ ହେବାପାଇଁ ତିନିଦିନ ସମୟ ଲାଗିଥିଲା।

ଅଧିକ ପଢନ୍ତୁ : ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା

ପାଖରେ ଏକ ବର୍ଷର କଅଁଳା ଛୁଆଟିଏ ରହିଥିବା ବେଳେ ମା ଘରେ ରହିଆସୁଥିଲା ରଦମା ତେବେ 26ତାରିଖ ରାତ୍ର ମଦପିଈ  ଦଶମୁ ହରିଜନ ମହଣ୍ଡି ଗ୍ରାମକୁ ଅସି ତାଙ୍କ ଘର ଆଗରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବାରୁ ତାକୁ ବୁଝାସୁଝା କରିବାରୁ ରାତି ସେଠାରେ ରହିଥିଲା ତେବେ ରଦମା ର ଭାଇ ଙ୍କ ଅଭଯୋଗ କ୍ରମେ ଦଶମୁ ଭୋର ଚାରିଟା ବେଳେ ଉଠି ରଦମା ର ତଣ୍ଟି ଉପରେ ଛିଡ଼ାହୋଇ ପଡିଥିଲା, ରଦମା ଛଟପଟ ହେବାର ଶୁଣି ପରିବାର ଲୋକେ ଉଠି ଦେଖିବା ବେଳକୁ ଚମ୍ପଟ ମାରିଥିଲା ଦଶମୁ ହେଲେ ତୁରନ୍ତ ରଦମା କୁ ଝରୀଗାଁ ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ।
   ଏ ସମ୍ପର୍କରେ ମୃତକଙ୍କ ଭାଇ ଝରୀଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଝରୀଗାଁ ପୋଲିସ ସାଇଣ୍ଟିଫିକ ଟିମ ସହ ପହଂଚି ଘଟଣାର ଛାନଭିନ କରିଛନ୍ତି। ଦଶମୁ ଫେରାର ଥିବା ବେଳେ ଗତକାଲି ଠାରୁ ତା ମୋବାଇଲ ବନ୍ଦ ଥିବା ଜଣାପଡିଛି । 

ଭୟାବହ ଅଗ୍ନିକାଣ୍ଡ
42m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
43m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
53m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ