ମଶାଣି ସାଜିଲା ବେଦୀ , ସାତ ଜନ୍ମର ସାଥି ହେଲେ ପ୍ରେମୀ ଯୁଗଳ
by Argus News
Tue, Nov 14 | 11:50 a.m.

ଅର୍ଗସ ବ୍ୟୁରୋ : ଏକ ସମୟ ଥିଲା ଯେତେବେଳେ ବିବାହ ରୀତିନୀତି ଏବଂ ପରିବାରକୁ ଗୁରୁତ୍ୱ ଦିଆଯାଇ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ। ଏବେ ପରସ୍ପର ସହିତ ରହିବା ଅପେକ୍ଷା ସେମାନଙ୍କ ବିବାହ କେତେ ସ୍ବତନ୍ତ୍ର ଆଉ ଭିନ୍ନ ହୋଇପାରିବ ତା ଉପରେ ଦମ୍ପତିମାନେ ଅଧିକ ଉତ୍ସାହିତ ହେଉଛନ୍ତି|


ଦିନଥିଲା ଲୋକମାନେ ଘରେ ନଚେତ୍ ମନ୍ଦିରରେ ବିବାହ କରି ଠାକୁରଙ୍କ ଆଶୀର୍ବାଦ ନେଉଥିଲେ। ହେଲେ ଆଜିକାଲି ସମସ୍ତେ ମଣ୍ଡପ ନହେଲେ ହୋଟେଲରେ ବିବାହ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆମେରିକାର ଏକ ଯୋଡି ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ଏକ ସ୍ଥାନକୁ ବାଛିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଠି କେବେ କେହି ବିବାହ କରିବା କଥା ସ୍ବପ୍ନରେବି ଭାବିନଥିବେ। ସେଇଟି ଥିଲା ଏକ କବରଖାନା । ଯେଉଁଠି ଲକ୍ଷ ଲକ୍ଷ ମୃତ ଦେହର ହାଡ ଏବଂ ଖପୁରୀ ରହିଛି। ଉକ୍ତ ଦମ୍ପତି ତାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି। ଯାହା ଏବେ ସମସ୍ତଙ୍କ ମଧ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି।


 ଉକ୍ତ ଦମ୍ପତ୍ତି କହିଛନ୍ତି, ରାତି ଖାଇବା ସାରିବା ପରେ ସେ ନିଜ ବନ୍ଧୁ ଏବଂ ଜଣେ ପେସାଦାର ଟୁର ଗାଇଡ୍‌ଙ୍କୁ ଧରି ଏକ ଗୁପ୍ତ ରାସ୍ତା ଦେଇ ଉକ୍ତ ଭୟଙ୍କର କବରଖାନାରେ ପହଞ୍ଚିଥିଲେ । ସେଠାରେ ସେମାନେ ଉକ୍ତ ହାଡ଼ ଏବଂ ମୁଣ୍ଡର ଗଦା ମଧ୍ୟରେ ବିବାହ କରିବା ସହ ଫଟୋଶୁଟ୍ ବି କରିଥିଲେ । ଯୋଡ଼ି ବାଛିଥିବା ବିବାହ ସ୍ଥାନଟି ଥିଲା ‘ଫ୍ରେଞ୍ଚକାଟାକମ୍ବସ’ । ଯେଉଁଠାରେ କୁହାଯାଏଯେ ୬୦ ଲକ୍ଷ ଲୋକଙ୍କ ମୃତଦେହର ହାଡ଼ ଏବଂ ଖପୁରୀ ସଜାହୋଇ ରହିଛି। ମାଟି ଉପରୁ ୨୦ ମିଟର ଗଭୀରତାରେ ଏହି କବରଖାନା ନିର୍ମିତ ହୋଇଛି । ଏଠାରେ ହାଡ଼ ଏବଂ ଖପୁରୀକୁ ଏଭଳି ସଜାଯାଇ ରଖାଯାଇଛି ଯେ, ତାହା ଦୁଇ କିଲୋମିଟର ଲମ୍ବା କାନ୍ଥ ପାଲଟିଯାଇଛି । ଏହା ଏତେ ଭୟଙ୍କର ଯେ ଲୋକେ ଏଠାକୁ ଯିବାକୁ ଡରିଥାନ୍ତି । ତେଣୁ ଏଠାରେ ବିବାହ କରିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ କଥା ଅଟେ |

ବିଦେଶ ଖବର ଆହୁରି ପଢନ୍ତୁ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ