ବଦିଳିଲା ଆଇସିସି ଅଲରାଉଣ୍ଡର ରାଙ୍କିଙ୍ଗ, ପ୍ରଥମ ସ୍ଥାନ ହାସଲ କଲେ ରବୀନ୍ଦ୍ର ଜାଡ଼େଜା
by Argus News
Wed, Feb 21 | 4:45 p.m.

ଅର୍ଗସ ବ୍ୟୁରୋ : ବଦିଳିଲା ଆଇସିସି ଟେଷ୍ଟ ମାନ୍ୟତା । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ଯୋଗୁଁ ଆଇସିସିର ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଉନ୍ନତି ହୋଇଛି । ସେହିପରି ଏହି ତାଲିକାର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ମୋଟ ୩ ଜଣ ଭାରତୀୟ ଖେଳାଳି ରହିଛନ୍ତି । 

ଅଧିକ ପଢନ୍ତୁ ଖେଳ ଖବର

ଜାଡେଜାଙ୍କ ବ୍ୟତୀତ ଆର ଅଶ୍ୱିନ ଓ ଅକ୍ଷର ପଟେଲ ଏହି ତାଲିକାରେ ଅଛନ୍ତି । ଅଶ୍ୱିନ ୩୩୦ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅକ୍ଷର ପଟେଲ ୨୮୧ ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଠାରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟମ୍ୟାଚ୍ କୁ ଟିମ୍ ଇଣ୍ଡିଆ ୪୩୪ ରନ୍ ରେ ଜିତିଥିଲା ଏବଂ ଏହି ସମୟରେ ଭାରତୀୟ ଅଲରାଉଣ୍ଡରଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ରବୀନ୍ଦ୍ର ଜାଡେଜା ମଧ୍ୟ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
 

ରାଜ୍ୟରେ ଲାଗୁ ହେବ
1m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର