ଏହି ସବୁ ଜିନିଷ ଘରେ ରଖିଲେ ଗରିବ ହେବେ
by Argus News
Sat, May 04 | 3:40 p.m.

ଅର୍ଗସ ବ୍ୟୁରୋ: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବହୁତ୍ ଶୁଭ ମନାଯାଇଥାଏ । ମା' ଲକ୍ଷ୍ମୀଙ୍କର ହେଉଛି ଏହି ଦିନ । ତେଣୁ ମା'ଙ୍କୁ ଯାହା ଯାହା ପସନ୍ଦ ତାହା ଲୋକେ ଖୁବ୍ ଶ୍ରଦ୍ଧାରେ କରିଥାନ୍ତି । ବୈଶାଖ ମାସ ଶୁକ୍ଳପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ ହୋଇଥାଏ । ଏହି ଦିନ ରୂପା କି ସୁନାର କିଛି ମୁଦ୍ରା ହେଉ କି ଅଳଙ୍କାର କିଣିଲେ ଶୁଭ ହୋଇଥାଏ । ତେବେ ଯେଉଁ ସବୁ ଜିନିଷ ଘରେ ରହିଲେ ମା' ଲକ୍ଷ୍ମୀ ବାସ କରନ୍ତିନି ସେହି ସବୁ ଜିନିଷକୁ ଅକ୍ଷୟ ତୃତୀୟା ପୂର୍ବରୁ କାଢ଼ିଦେବା ନିହାତି ଆବଶ୍ୟକ । ଜାଣନ୍ତୁ କ'ଣ ଏସବୁ ଜିନିଷ...

ଭଙ୍ଗା ଝାଡ଼ୁ
ଝାଡ଼ୁକୁ ଘରର ଲକ୍ଷ୍ମୀ ମନାଯାଇଥାଏ । ଆଉ ଯଦି ଘରେ ଭଙ୍ଗା ଝାଡ଼ୁ ଅଛି ତାହେଲେ ତୁରନ୍ତ କାଢ଼ି ଦିଅନ୍ତୁ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । 

ଛିଣ୍ଡା ଚପଲ
ଘରେ ଛିଣ୍ଡା ଚପଲ ଥିଲେ ଗରିବ ଆଣିଥାଏ । ଅକ୍ଷୟ ତୃତୀୟା ପୂର୍ବରୁ ଘରୁ ଛିଣ୍ଡା ଚପଲ କାଢ଼ିଦିଅନ୍ତୁ ।

ଚିରାଫଟା ଏବଂ ଅପରିଷ୍କାର ପୋଷାକ
କୁହାଯାଏ ମା' ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଉଁ ଘର ପରିଷ୍କାର ପରିଚ୍ଛନ ଥାଏ । ତେଣୁ ଅକ୍ଷୟ ତୃତୀୟା ପୂର୍ବରୁ ଘରୁ ଚିରା ପୋଷାକ ଫୋପାଡ଼ି ଦିଅନ୍ତୁ ।

ଭଙ୍ଗା ବାସନ
ଘରେ ଭଙ୍ଗା ବାସନ ଥିଲେ ମା' ଲକ୍ଷ୍ମୀ ବାସ କରନ୍ତିନାହିଁ । ଏହା ଘରକୁ ନକରାତ୍ମକ ଶକ୍ତି ଆଣିଥାଏ ।

ଭଙ୍ଗା ମୂର୍ତ୍ତି
ଠାକୁରଙ୍କର ଚିରା ଫଟୋ କି ଭଙ୍ଗା ମୂର୍ତ୍ତି ଘରେ ରଖିବା ଦ୍ବାରା ବାସ୍ତୁ ଦୋଷ ବଢ଼ିଥାଏ । ସେଥିପାଇଁ ତୁରନ୍ତ ଏହା ଘରୁ ହଟାଇଦିଅନ୍ତୁ ।

ଆସନ୍ତା ୧୦ ତାରିଖରେ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ଏହି ସବୁ ଅଶୁଭ ଜିନିଷକୁ ଯଥାଶୀଘ୍ର ଘରୁ ଦୂର କରିଦିଅନ୍ତୁ । ଯାହାଦ୍ବାରା ଘରେ ଶାନ୍ତି ଏବଂ ସମୃଦ୍ଧି ବଜାୟ ରହିବ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର

EAT
16m ago
ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...
ଅର୍ଗସ ବ୍ୟୁରୋ: ଗ୍ରୀଷ୍ଣ ଋତୁ ଏକ ସଂଘର୍ଷପୂର୍ଣ୍ଣ ଋତୁ। ଏହି ଋତୁରେ ଶରୀରକୁ କୋଷ୍ଠକାଠିନ୍ୟ, ଗ୍ୟାସ୍, ବାନ୍ତି ଏବଂ ଅମ୍ଳତା ,ବଂ ଏସିଡିଟି ପରି ଛୋଟ ଛୋଟ ରୋ
ADR REPORT
33m ago
ଆସିଲା ଏଡିଆର୍ ରିପୋର୍ଟ; ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା
ଭୁବନେଶ୍ୱର: ଆସିଲା ଏଡିଆର୍ ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜ
24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର