ହଠାତ୍ ବଦଳିଲା ପାଗର ମିଜାଜ; ଟ୍ୱିନସିଟିରେ ଝିପି ଝିପି ବର୍ଷା
by Argus News
Wed, May 01 | 2:24 p.m.

ଭୁବନେଶ୍ୱର: ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଗତ 3 ରୁ 4 ଦିନ ଧରି ପ୍ରବଳ ଗରମ ପରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅପରାହ୍ନରେ ହଠାତ୍ କଟକ ଓ ଭୁବନେଶ୍ୱରରେ ପାଗରେ ପରିବର୍ତ୍ତନ ହୋଇଛି । ଫଳରେ ଆଶ୍ୱସ୍ତି ଅନୁଭବ କରୁଛନ୍ତି ଲୋକେ । ଟ୍ୱିନସିଟିର କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି । କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ଆଗାମୀ 3 ଘଣ୍ଟା କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି ।

ସେପଟେ ଆଜି ସକାଳୁ ପ୍ରବଳ ଗରମ ଅନୁଭତ ହୋଇଥିଲା । ସକାଳ 8ଟା 30 ସୁଦ୍ଧା 35 ଟପିଥିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଆହୁରି 3 ଦିନ ଗ୍ରୀଷ୍ମ ପ୍ରବାହ ଜାରି ନେଇ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ ।

ଗତକାଲି ବାଲେଶ୍ବରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଯାହା ଏପ୍ରିଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ଏହାରି ମଧ୍ୟରେ ହଠାତ୍ ପାଗରେ ପରିବର୍ତ୍ତନ ହୋଇ ଥିବାରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । 
 

ଆହୁରି ପଢନ୍ତୁ ପାଣିପାଗ ଖବର...

BOBBY DAS
10m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
21m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
24m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ