ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ
by Argus News
Thu, Jul 04 | 4:53 p.m.

ଅର୍ଗସ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ। ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏସଆରସି ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଳ୍ପ ବର୍ଷା ଯୋଗୁ ସହର, ବିଶେଷକରି ଭୁବନେଶ୍ବରରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ବ ଦିଆଯାଇଛି। ସହରାଞ୍ଚଳ କୃତିମ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଦାୟିତ୍ବ ଆଇଆଇଟି ଦିଲ୍ଲୀକୁ ଦିଆଯାଇଛି। 

ଆଇଆଇଟି ଦିଲ୍ଲୀ ବୈଷୟିକ ସହାୟତା ପ୍ରଦାନ କରିବା ସହ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ। ବର୍ଷା ଦିନରେ ସାପ କାମୁଡା ରୋଗୀ ଦେଖିବାକୁ ମିଳନ୍ତି। ତେଣୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ରଖିବାକୁ କୁହାଯାଇଛି। ଓଡ୍ରାଫ ୟୁନିଟ୍ ୨୦ରୁ ୩୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ପାଣିପାଗ ବିଭାଗ ସହ ସମନ୍ବୟ ରଖି ଜିରୋ କାଜୁଆଲିଟି ନୀତି ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଗ୍ୟାସ୍‌ ଲିକ୍
17m ago
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
45m ago
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ