ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ ! 
by Argus News
Sat, Sep 21 | 12:07 p.m.

ନୂଆଦିଲ୍ଲୀ: ତିରୁପତି ମନ୍ଦିରକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମନ୍ଦିରରେ ଯେଉଁ ଲଡୁ ମିଳୁଛି ସେହି ଲଡୁରେ ପଶୁ ଚର୍ବି ଓ ମାଛ ତେଲରେ ଛଣାଯାଉଛି । ଏମିତି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଲାଗିଛି ଶକ୍ତ ଆଘାତ । ଖାଲି ଚର୍ବି ନୁହେଁ ବରଂ ତିରୁପତିଙ୍କ ଭୋଗରେ ଗୋମାଂସ ମିଳିଥିବା ଅଭିଯୋଗ ହେଉଛି । ନ୍ୟାସନାଲ ଡାଏରୀ ଡେଭଲେପମେଣ୍ଟ ବୋର୍ଡର ଭୟଙ୍କର ଖୁଲାସା ପରେ କୁଠାରଘାତ ହୋଇଛି  ହିନ୍ଦୁ ଭକ୍ତଙ୍କ ଭାବାବେଗ । ସୂଚନା ଅନୁସାରେ ତିରୁପତି ମନ୍ଦିରର ଲଡୁ ତିଆରିରେ ବ୍ୟବହାର ହେଉଛି ମାଛ ତେଲ, ଗୋମାଂସ  ଏବଂ ଚର୍ବି ।  ତେବେ  ଆଶ୍ଚର୍ଯ୍ୟର କଥା ଏହି ଲଡୁ କୁ କେବଳ ଶ୍ରଦ୍ଧାଳୁଙ୍କ ବଣ୍ଟନ କରାଯାଏ ନା  ତାହା ନୁହେଁ ବରଂ ଭଗବାନ ତିରୁପତିଙ୍କ ନିକଟରେ ପ୍ରସାଦ ଲଗାଯାଇଥାଏ।  

ଏପଟେ  ଳଡୁକୁ ନେଇ ଆନ୍ଧରପ୍ରଦେଶରେ ଦେଖାଦେଇଛି ରାଜନୈତିକ ଝଡ ।  ମୁଖ୍ୟମନ୍ତ୍ରୀ  ଏନ ଚନ୍ଦ୍ରବାବୁ ନାଇଡୁ ଓ୍ୱାଇଏସ୍‌ ଜଗନ ମୋହନ ରେଡ୍ଡିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି, ପୂର୍ବ YSRCP ଶାସନ କାଳରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା।  ଘିଅ ପରିବର୍ତ୍ତେ  ଚର୍ବି  ବ୍ୟବହାର କରାଯାଉଥିଲା। ଏହି ପ୍ରସାଦକୁ କୋଟି କୋଟି ଭକ୍ତଙ୍କୁ   ପ୍ରସାଦ ଭାବେ ବଣ୍ଟନ କରାଯାଉଥିଲା।  ତିରୁମାଲା ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଥିଲେ ପୂର୍ବ ସରକାର  ବୋଲି କହିଛନ୍ତି ଚନ୍ଦ୍ରବାବୁ ।  ଚନ୍ଦ୍ରବାବୁଙ୍କ ଏହି ଅଭିଯୋଗ ପରେ   ଆନ୍ଧ୍ର  ପ୍ରଦେଶରେ  ରାଜନୈତିକ  କମ୍ପନ  ସୃଷ୍ଟି ହୋଇଛି।  ତେବେ ଏହି ମାମଲାରେ  ସିବିଆଇ ଯାଞ୍ଚ ହେବା ଦରକାର ବୋଲି କୁହାଯାଉଛି। 

ଅଧିକ ଦେଖନ୍ତୁ : 
 

ପାଣି
32m ago
ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ
ଅର୍ଗସ ବ୍ୟୁରୋ: ପାଣି ପାଇଁ ରାଜରାସ୍ତାରେ ପ୍ରତିବାଦ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଏକଲପୁର ଗାଁରେ ତାତିଲେ ମହିଳା । ଗରା ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି । ଏକଲପୁର ଗାଁରେ 5
ଟେଷ୍ଟ
49m ago
ବାଂଲାଦେଶ ବିପକ୍ଷ ଟେଷ୍ଟ,ପନ୍ତଙ୍କ ଷଷ୍ଠ ଶତକ
ଅର୍ଗସ ବ୍ୟୁରୋ:ପନ୍ତଙ୍କ ଶତକ,ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଦ୍ବିତୀୟ ଇଂନିସରେ ଗର୍ଜିଛି ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ବ୍ୟାଟ୍,ହଜିଛି ବାଂଲା ବୋଲରଙ୍କ ନିଦ,ଟେଷ୍
ତିରୁପତି ମନ୍ଦିର
ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ !
ନୂଆଦିଲ୍ଲୀ: ତିରୁପତି ମନ୍ଦିରକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମନ୍ଦିରରେ ଯେଉଁ ଲଡୁ ମିଳୁଛି ସେହି ଲଡୁରେ ପଶୁ ଚର୍ବି ଓ ମାଛ ତେଲରେ ଛଣାଯାଉଛି । ଏମିତି ଚାଂଚଲ୍ୟକର ତଥ୍