ଏକାଥରେ ୬ଟି ଶିଶୁ ଜନ୍ମ
by Argus News
Sun, Apr 21 | 6:19 p.m.

ରାୱଲପିଣ୍ଡିର ଏକ ଡାକ୍ତରଖାନାରେ ଘଟିଛି ଏକ ବିରଳ ଘଟଣା । ଜଣେ ୨୭ ବର୍ଷୀୟ ପାକିସ୍ତାନୀ ମହିଳା ଏକା ଥରେ ୬ଟି ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜେନାତ ୱାହିଦ୍ ଏକାଥରକତେ ଚାରି ଶିଶୁ ପୁତ୍ର ଓ ଦୁଇ ଶିଶୁ କନ୍ୟାଙ୍କୁ ଏକ ଘଣ୍ଟା ମଧ୍ୟରେ ଜନ୍ମ ଦେଇଥିଲେ।

ସୂଚନାନୁଯାୟୀ ପ୍ରସବ ଯନ୍ତ୍ରଣା ହେତୁ  ୱାହିଦ୍ ଗୁରୁବାର ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏକ ବଡ ଅପରେସନ୍ ପରେ ମହିଳା ଜଣକ ଛଅଟି ଶିଶୁକୁ ଜନ୍ମ ଦେଇଥିଲେ । ଡକ୍ଟରଙ୍କ କହିଵା ଅନୁସାରେ  କୌଣସି ଜଟିଳ ପରିସ୍ଥିରି ନଥିଵାରିୁ ମା ଏବଂ ତାଙ୍କର ସନ୍ତାନ ସୁସ୍ଥ ଅଛନ୍ତି । ଶିଶୁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଏବଂ ସମସ୍ତଙ୍କର ଓଜନ ଦୁଇ କିଲୋରୁ କମ୍ ।

ଡାକ୍ତରମାନେ ଶିଶୁମାନଙ୍କୁ ଏକ ଇନକ୍ୟୁବେଟରରେ ରଖିଛନ୍ତି ବୋଲି ଡାକ୍ତରଖାନାର ଡାକ୍ତରୀ ଅଧୀକ୍ଷକ  ଫରଜାନା କହିଛନ୍ତି 

ଏକାଥରକରେ ଛଅଟି ଶିଶୁର ଜନ୍ମକୁ ନେଇ ଡାକ୍ତରଖାନା ପ୍ରଶାସନ ସେମାନଙ୍କ ଆନନ୍ଦ ବ୍ୟକ୍ତ କରିଥିଲା ଏବଂ ସେମାନଙ୍କ ରହିବା ସମୟରେ ପରିବାରକୁ ସମସ୍ତ ଚିକିତ୍ସା ସହାୟତା ସୁବିଧା ଯୋଗାଇ ଦିଆଯିବା ସୁନିଶ୍ଚିତ କରିଥିଲା। ଶିଶୁମାନେ ଘରକୁ ଯିବାକୁ ସଫା ନହେବା ପର୍ଯ୍ୟନ୍ତ ଡାକ୍ତରଖାନାର ନବଜାତକ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଚିକିତ୍ସା ସେବା ଜାରି ରଖିବେ।

ଏଭଳି ଘଟଣା ଦ୍ଵତୀୟ ଥର ପାଇଁ ଘଟିଛି । କାରଣ ଏକାଥରକରେ ଏତେ ସଂଖ୍ୟକ ଶିଶୁଙ୍କର ଜୀବନ୍ତ ଜନ୍ମ ହୋଵା ବିରଳ ହୋଇଥାଏ । 

ଆହୁରି ପଢନ୍ତୁ ବିଦେଶ ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ